ସମ୍ବଲପୁରରେ ଆଜି ପୁଣି ନୂଆ ୮୩ ପଜିଟିଭ ଚିହ୍ନଟ: କରୋନା ଯୋଗୁଁ ମୃତ୍ୟୁ ସ°ଖ୍ଯାକୁ ନେଇ ଦ୍ବନ୍ଦ ଓ ଉଦବେଗ

0 97


ସମ୍ବଲପୁର,୬/୯- ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ହେଲା ପରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୨୯୮ ରେ ପହଞ୍ଚିଲା । ସମଗ୍ର ରାଜ୍ୟରେ କରୋନା ତାହାର କାୟା ଦୃତ ଗତିରେ ବିସ୍ତାର କରୁଥିବା ସମୟରେ ସମ୍ବଲପୁର ରେ ଯଥାସମ୍ଭବ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜନସାଧାରଣଙ୍କ ସହିତ ପ୍ରଶାସନ ପାଇଁ ମଧ୍ୟ ଆଶ୍ବସ୍ତି ଆଣିଛି । ଗତକାଲି ମଧ୍ୟ ସେହି ୮୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ ଓ ଆଜି ପୁଣି ସେହି ସ°ଖ୍ଯା ଦୋହରାଇଛି, ଯାହାକି କିଛି ଲୋକଙ୍କୁ ଭ୍ରମିତ କରୁଛି । କିନ୍ତୁ ଜନସାଧାରଣ ଙ୍କୁ ସବୁଠାରୁ ଭ୍ରମିତ କରୁଛି ଏଠାରେ କରୋନା ପାଇଁ ମୃତ ବ୍ଯକ୍ତିଙ୍କ ସ°ଖ୍ଯା । ପ୍ରଶାସନ ପକ୍ଷରୁ ଜାରି କରିଥିବା ସୂଚନା ଅନୁସାରେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୧୫ ଜଣଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଛି, ଯଦିଓ ସମ୍ବଲପୁର ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ଯକ୍ଷ ଜୟବ୍ରତ ଦେଙ୍କ ଅନୁସାରେ ଏହି ସ°ଖ୍ଯା ୬୦ ଉପରକୁ ଗଲାଣି । ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମ୍ବଲପୁର ପରିଦର୍ଶନ ଓ କରୋନା ସ୍ଥିତି ସମୀକ୍ଷା ସମୟରେ ଶ୍ରୀ ଦେ ଏହିକଥା ଉତ୍ଥାପନ କରି ଗଭୀର ଉଦବେଗ ଜଣାଇଥିଲେ । ଏଠାରେ ସବୁଠାରୁ ଚିନ୍ତାର ବିଷୟ ଯେ କରୋନା ର ଆକ୍ରାମକତା କୁ ପୂର୍ବାନୁମାନ ସହିତ ପ୍ରଶାସନ ଜିଲ୍ଲା ସଦର ହସ୍ପିଟାଲ କୁ ଏକ କୋଭିଡ ହସ୍ପିଟାଲ ରୂପେ ପରିବର୍ତ୍ତନ ନାମରେ ସେଠାରେ ସମ୍ପୂର୍ଣ୍ଣ ରୂପେ ଅଣ- କୋଭିଡ ରୋଗୀଙ୍କ ପ୍ରବେଶ ନିଷେଧ କଲା । ଏଥି ପାଇଁ ବିକଳ୍ପ ରୂପେ ଏଠାକାର ସମସ୍ତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା, ଯାହାକି ହୋଇ ପାରିଲା ନାହିଁ । କରୋନା ସ°କଟ ନାମରେ ଲୋକେ ତାହା ମଧ୍ୟ ସହିଗଲେ, କିନ୍ତୁ ନବଘୋଷିତ ହସ୍ପିଟାଲରେ ଯେତେବେଳେ କରୋନା ଚିକିତ୍ସା ବିଫଳ ପ୍ରମାଣିତ ହେଲା ଓ ସେଠାରେ ରୋଗୀଙ୍କ ମୃତ୍ୟୁ ସ°ଖ୍ଯା ଅହେତୁକ ରୂପେ ବୃଦ୍ଧି ପାଇଲା, ତ ବାଧ୍ଯହୋଇ ଲୋକେ ତୀବ୍ର ପ୍ରତିକ୍ରିୟା ଜଣାଇଥିଲେ । ଏପରିକି ମୁଖ୍ୟ ଶାସନ ସଚିବ ଙ୍କ ଗସ୍ତ ସମୟରେ ଗତକାଲି ଏହା ପ୍ରତିଫଳିତ ହୋଇଛି ।

hiranchal ad1
Leave A Reply

Your email address will not be published.

seventeen − ten =