ଆଇସିସି ଟେଷ୍ଟ ମାନ୍ୟତାରେ ଭାରତକୁ ଫାଇଦା, ନ୍ୟୁଜିଲାଣ୍ଡକୁ ଝଟକା

0 102

ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତକୁ ଫାଇଦା ମିଳିଥିବା ବେଳେ ନ୍ୟୁଜିଲାଣ୍ଡ ଝଟକା ଲାଗିଛି । ଭାରତ ନିକଟରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତକୁ ଏହି ଫାଇଦା ମିଳିଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଅଧୀନରେ ଖେଳାଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ଏହି ସିରିଜ୍କୁ ବରାବର କରିବାରେ ସକ୍ଷମ ହୋଇଛି । ଏହା ସହିତ ଭାରତୀୟ ଦଳ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୨ ରେ ପ୍ରବେଶ କରିବାର ସଫଳ ହୋଇଛି । ତେବେ ଅଷ୍ର୍ଟ୍ରେଲିଆ ପୂର୍ବପରି ଏକନମ୍ବରରେ ରହିଛି ।
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୧ରେ ହାରିଯିବା ପରେ ଭାରତୀୟ ଦଳ ତିନି ନମ୍ବରରେ ପହଞ୍ଚିଥିଲା, କିନ୍ତୁ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଓ ଭାରତ ପଏଣ୍ଟ ସଂଖ୍ୟା ସମାନ ରହିଛି । ତେଣୁ ଭାରତ ଦୁଇ ନମ୍ବରକୁ ଉନ୍ନତି ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନକୁ ଖସିଯାଇଛି । ଏହାର କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ଗୋଟିଏ ପଏଣ୍ଟ ହାସଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ ହାରି ଦୁଇଟି ପଏଣ୍ଟ ହରାଇଛି । ଏବେ ନ୍ୟୁଜିଲାଣ୍ଡ ଖାତାରେ ୧୧୬ ପଏଣ୍ଟ ଅଛି କିନ୍ତୁ ନ୍ୟୁଜିଲ୍ୟାଣ୍ଡ ତୁଳନାରେ ଭାରତୀୟ ଦଳର ରେଟିଂ ପଏଣ୍ଟ ବହୁତ ଅଧିକ । ଯଦିଓ ଭାରତର ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ମଧ୍ୟ ୧୧୬, କିନ୍ତୁ ଦୁଇ ଦଳ ମଧ୍ୟରେ ରେଟିଂ ପଏଣ୍ଟର ପାର୍ଥକ୍ୟ ୭୦୦ ପାଖାପାଖି । ଭାରତ ଆକାଉଣ୍ଟରେ ୩,୭୧୭ ରେଟିଂ ପଏଣ୍ଟ ଥିବା ବେଳେ ନ୍ୟୁଜିଲାଣ୍ଡ ଖାତାରେ ୩୦୦୦ ପଏଣ୍ଟ ରହିଛି ।

hiranchal ad1
Leave A Reply

Your email address will not be published.

seventeen − 4 =