ବୃକ୍ଷ ରୋପଣ ଅଭିଯାନ, ପ୍ରଥମ ଦିନରେ ୫୧୨ ଚାରା ରୋପଣ

0 99

ଘୁ.ଉଦୟଗିରି : ବୃକ୍ଷ ହିଁ ଜୀବନ । ଏହି ଲକ୍ଷ୍ୟକୁ ନେଇ ସମ୍ବାଦ ପକ୍ଷରୁ ଆରମ୍ଭ କରାଯାଇଥିବା ବୃକ୍ଷରୋପଣ ଅଭିଯାନରେ ଆଜି ଘୁ.ଉଦୟଗିରି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଘୁ.ଉଦୟଗିରି ରାଇକିଅ ମୁଖ୍ୟ ସଡକ ର ୧୨ନଂ ୱାର୍ଡ ସ୍ଥିତ ଶ୍ମଶାନ ଘାଟ ନିକଟ ଏନଏସିର ସ୍ୱାଗତ ଗେଟ ଠାରେ ଆଜି ସମ୍ବାଦ ସାହିତ୍ୟ ଘର ସଭାପତି ଅବସରପ୍ରାପ୍ତ ଶିକ୍ଷା ଅଧ୍ୟାପକ ଲଡୁକିଶୋର ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ସମ୍ମାନିତ ଅତିଥି ଭାବେ ଆଇଆଇସି ରେବତୀ ଶବର, ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘ, ୧୩ନଂ ୱାର୍ଡ କାଉନସିଲର ରାଜନ ନାୟକ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ବନାଞ୍ଚଳ ଅଧକାରୀ ନିଜ ବକ୍ତବ୍ୟରେ ଆଜିର ଦିନରେ ବୃକ୍ଷରୋପଣର ଆବଶ୍ୟକତା ଏବଂ ମନୁଷ୍ୟ ସମାଜ ବଞ୍ଚି ରହିବା ପାଇଁ ବୃକ୍ଷ ହିଁ ଜୀବନ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ଅତିଥି ବୃକ୍ଷରୋପଣ ଆରମ୍ଭରୁ ଦ୍ୱୀପ ଧୂପ ଲଗେଇ ନଡ଼ିଆ ଭାଙ୍ଗି ବୃକ୍ଷରୋପଣ କରିବା ପରେ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଓଡ଼ିଆ ଅଧ୍ୟାପକ ଡ଼ଃ ନଳିନୀ ପାଣିଗ୍ରାହୀ,କୋଷାଧ୍ୟକ୍ଷ ପବିତ୍ର ସାହୁ,ସଭ୍ୟ ଚତୁର୍ଭୁଜ,ସାମ୍ବାଦିକ ଚିନ୍ମୟ ସେଠି,ସୁଜିତ ସାହୁ ପ୍ରମୁଖ ବୃକ୍ଷରୋପଣ କରିଥିଲେ । ଆଜି ଏକ କିମି ବ୍ୟାପୀ ବୃକ୍ଷ ରୋପଣ କରାଯାଇଥିଲା । ମୋଟ ୫୧୨ଗୋଟି ଚାରା ରୋପଣ କରାଯାଇ ତାର ସୁରକ୍ଷା ନିମନ୍ତେ ତାର ଜାଲି ଭିଡା ଯାଇଥିଲା । ଘୁ.ଉଦୟଗିରି ସହରର ନୂଆ ହାଟପଦା ଠାରୁ ଶ୍ରୀକଲା ଘାଟି ପର୍ଯ୍ୟନ୍ତ ମୋଟ ୪କିମି ରାସ୍ତାରେ ମୋଟ ୨ହଜାର ବିଭିନ୍ନ କିସମର ଚାରା ରୋପଣ କରିବା ଲକ୍ଷ୍ୟ ରଖାଯାଇଛି । ଆଗାମୀ ୧୫ଦିନ ଭିତରେ ଏହି ଲକ୍ଷ୍ୟ ପୂରଣ କରାଯିବ । ପ୍ରତିନିଧି ସମୀର କୁମାର ପାଢୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଫରେଷ୍ଟର ପ୍ରବୀଣ ଦାଶ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three + three =