ବେଆଇନ ବାଲି ଚାଲାଣ, ୩ ହାଇୱାକୁ ଜରିମାନା

0 107

ସୁବର୍ଣ୍ଣପୁର: ଗତକାଲି ରାତିରେ ସୋନପୁର ସହର ବୁଢାରଜା ଛକଠାରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ ଗୋଟି ହାଇୱାରେ ବେଆଇନ ବାଲି ଚାଲାଣ କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ତହସିଲଦାର ନବୀନ କିଶୋର ପାଢ଼ୀ, ଆରଆଇ ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେଆଇନ ବାଲି ଚାଲାଣ ନିମନ୍ତେ ୩ ଟି ହାଇୱା କୁ ମୋଟ ୩ ଲକ୍ଷ ୩୪ ହଜାର ୯୦ ଟଙ୍କା ଜିରମାନା କରିଛନ୍ତି । ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀ କାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ଜରିମାନା ଦେୟ ପରେ ହାଇୱା ଗୁଡିକୁ ଛାଡିଦିଆଯାଇଥିବା ସୂଚନା ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

3 + 19 =