ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

0 46

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୋଲିଙ୍ଗ ପାର୍ଟି ଦ୍ୱାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ଗୁଡ଼ିକର ନିରାପତ୍ତା ସମ୍ପର୍କରେ ଯାଞ୍ଚ କରିଥିଲେ । ମୋହନା ବ୍ଲକର ପ୍ରଥମ ପ୍ରର୍ଯ୍ୟାୟରେ ୧୬ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ସାମଗ୍ରୀ ବିତରଣ କେନ୍ଦ୍ରଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସାଙ୍ଗିକ ସାମଗ୍ରୀଗୁଡିକ ଶାନ୍ତିଶୃଙ୍ଖଳାର ସହିତ ବିତରଣ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ ।
କେନ୍ଦ୍ରଗୁଡିକରେ ପାନୀୟ ଜଳ ଯୋଗାଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ଭୋଟ ବାକ୍ସ ଗୁଡାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମଗୁଡିକର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପିଡି ଡିଆରଡିଏ ଅନାମ ଚରଣ ପାତ୍ର ମୋହନା ବ୍ଲକ ବିଡ଼ିଓ ତପସ୍ୱନୀ ହାଁସଦା, ତହସିଲଦାର କିଶୋର ଚନ୍ଦ୍ର ଦାସ ଓ ନିୟୋଜିତ ଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =