ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବଟାବାହାଳି ଖେଳ ପଡିଆ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବରାଳି ଯୁବ ପରିଷଦ ବଟାବାହାଳିର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି । ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଶ୍ରୀବତ୍ସ କହଁର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଶିକ୍ଷକ କୁଶ ନାୟକ, ସମାଜ ସେବୀ ଅଜିତ କୁମାର ନାୟକ, ଗୋପୀନାଥ କହଁର ସମାଜସେବୀ, ୱାର୍ଡ ମେମ୍ବର ସପୁରି ଡିଗାଲ, ୱାର୍ଡ ମେମ୍ବର ସୁମନା କହଁର, ମା ବରାଳି ଯୁବ ପରିଷଦ ବଟାବହାଳିର ମୁଖ୍ୟ ରବି କହଁର, ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଗୋପୀନାଥ କହ୍ନର, ଧନପତି ଡିଗାଲ,ସହ ସମ୍ପାଦକ ଅରୁଣ କହଁର, ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସୁଭଦ୍ରା କହଁର, କମଳ ଲୋଚନ ଦେହୁରୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।


ଏହି ପ୍ରତିଯୋଗିତାରେ ଫୁଟବଲ, ଭଲିବଲ, କବାଡି, ଦୌଡ଼କୁଦ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ କ୍ରୀଡା ପ୍ରେମୀ ଯୁବ ଭାଇ ଓ ଭଉଣୀ ଅବଗତ କରାଇଥିଲେ ଶେଷ ଦିବସରେ । ପ୍ରତିଯୋଗିତାରେ ବିଜୟୀ ସମ୍ବଲପୁର ଫୁଟବଲ ଟିମ ଓ ଉପବିଜେତା ଗଙ୍ଗଲଡକା ଫୁଟବଲ ଟିମକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି, ପ୍ରମାଣ ପତ୍ର ଓ ଅର୍ଥ ରାଶି ୧୬୦୦୦/- ଟଙ୍କା ବିଜେତା ଓ ୧୩୦୦୦/- ଟଙ୍କା ଉପ ବିଜେତା ଟିମ କୁ ପ୍ରଦାନ କରାଯାଇଥିଲା । ବୈଠକରେ ମା ବରାଳି ଯୁବ ପରିଷଦ ବାଟବହାଳୀର ସଭାପତି ସିମିକା କହଁର ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ କ୍ରୀଡା ପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ମଣ୍ଟୁନାଥ ଦିଗାଲ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
