ଯୁବ ଆଇନଜୀବୀ ଅନିଲ ପଟ୍ଟନାୟକଙ୍କ ବିୟୋଗ

0 264

ଫୁଲବାଣୀ:-ସ୍ଥାନୀୟ କେନ୍ଦୁପଦର ସାହିର ଅଶୋକ ପଟ୍ଟନାୟକଙ୍କ ପୁତ୍ର ସ୍ୱର୍ଗତ ଅନିଲ କୁମାର ପଟ୍ଟନାୟକ(୩୬)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି । ସେ ଫୁଲବାଣୀ ଓକିଲ ସଂଘର ସଦସ୍ୟ ଭାବେ ୨୦୧୬ ମସିହାରେ ଯୋଗ ଦେଇଥିଲେ । ସେ ଜଣେ ସରଳ,ଶାନ୍ତ, ମେଳାପୀ ସ୍ୱଭାବର ଯୁବ ଆଇନଜୀବୀ ଥିଲେ । ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେହିପରି ଫୁଲବାଣୀ ଓକିଲ ସଂଘର ସଭାପତି ସିଧେଶ୍ୱର ଦାସ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 7 =