ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଚିଠି ନପାଇବା କରିଛି ଚକିତ

0 69

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଧାନସଭାରେ ପାରିତ ସଂକଳ୍ପ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା, ଲୋକସଭା ଓ କେନ୍ଦ୍ର ଆଇନସଚିବଙ୍କ ନିକଟକୁ ପଠାଇଥିଲେ ମଧ୍ୟ ପାଖାପାଖି ୪ବର୍ଷ ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏଭଳି ପ୍ରସ୍ତାବ ପାଇନ୍‌ଥିବା କହିବା ତାଙ୍କୁ ହଟଚକିତ କରିଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ଆଇନ ବିଭାଗ ଏଭଳି ଉତ୍ତର ରଖିବା ତାଙ୍କ ଆଶ୍ଚର୍ଯ୍ୟ କରିଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଦେଶରେ ବର୍ତ୍ତମାନ ୬ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ବିଧାନପରିଷଦ ଗଠନ ପାଇଁ କେନ୍ଦ୍ରକୁ ଆବେଦନ କରିଛନ୍ତି । ସେହିଭଳି ଆସମ, ରାଜସ୍ଥାନ, ପଶ୍ଚିମବଙ୍ଗ ନିଜ ନିଜ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ପାରିତ କରିଛନ୍ତି । ତେବେ ଓଡିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ କୌଣସି ସଂକଳ୍ପ କେନ୍ଦ୍ର ନିକଟରେ ପହଞ୍ôଚ ନାହିଁ । ତେବେ ଏସବୁ ଜଣାପଡିବା ପରେ ସଂସଦୀୟ ବ୍ୟାପରମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କେନ୍ଦ୍ରସରକାରଙ୍କ ଏଭଳି ବୟାନକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ବାଚସ୍ପତି ଶ୍ରୀ ପାତ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଶ୍ରୀ ପାତ୍ର କହିଛନ୍ତି କେନ୍ଦ୍ର ସରକାରଙ୍କ ଏଭଳି ବୟାନ ଅତ୍ୟନ୍ତ ଦୁଃଖ ଦାୟକ । ପ୍ରକାଶ ଥାଉକି ଗତକାଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ କେନ୍ଦ୍ର ଆଇନମନ୍ତ୍ରୀ ଏଭଳି ଉତ୍ତର ରଖି ରାଜ୍ୟର ଦାବିକୁ ଏଡାଇ ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

seven + ten =