ସମ୍ବଲପୁରରେ ୧୧୨ ଜଣ ପଜିଟିଭ ଚିହ୍ନଟ ସହ ନୂଆ ରେକର୍ଡ କାୟମ

0 151


ସମ୍ବଲପୁର,୮/୮
ଆଜି ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ପଜିଟିଭ ଚିହ୍ନଟ ହେବ ସହିତ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ ରେକର୍ଡ କାୟମ ହୋଇଛି । ଏହା ସହିତ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୦୭୮ ରେ ପହଞ୍ଚିଛି । ଗତ ଗୁରୁବାର ଦିନ ୧୦୧ ପଜିଟିଭ ଚିହ୍ନଟ ହେଲା ଦିନକ ପରେ ଆଜି ପୁଣି ୧୧୨ ଜଣ ଚିହ୍ନଟ ହେବାରୁ ସମଗ୍ର ଜିଲ୍ଲାରେ ଆତଙ୍କ ଖେଳିଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ସତର୍କତା ଅବଲମ୍ବନ ସହିତ ଏହି ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଶଟଡାଉନ ଘୋଷଣା କୁ ଜନସାଧାରଣ ସାଧୁବାଦ ଦେଉଛନ୍ତି । ଆଜି ସକାଳୁ ଶଟଡାଉନ ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ପ୍ରଶାସନ ପ୍ରତିବଦ୍ଧତା ଦେଖାଇଛି ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ସହଯୋଗ ପାଇଁ ଆଗେଇ ଆସିଛନ୍ତି, ଏଣୁ ଆଜି ରାସ୍ତାଘାଟ ରେ ଅମାନିଆ ଙ୍କ ପ୍ରାଦୁର୍ଭାବ ଯଥେଷ୍ଟ କମ ଦେଖାଯାଇଛି । ସେପଟେ ଶଟଡାଉନ ନିୟମ ଅନୁସାରେ କେବଳ ଅତ୍ୟାବଶ୍ୟକ ଖାଦ୍ୟପେୟ ଦୋକାନ ସକାଳୁ ଦ୍ବିପହର ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିଥିଲା । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତ ଙ୍କ ସ°ଖ୍ଯାରେ ନିରନ୍ତର ବୃଦ୍ଧି ଦେଖା ଯିବାର ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ୧୭ ଟି ବିଭିନ୍ନ ଅଞ୍ଚଳରେ ନିଷେଧାଜ୍ଞା ଧାରା ୧୪୪ ଜାରି କରାଯାଇଛି । ଏବିଷୟରେ ଜାରି ସୂଚନା ଅନୁସାରେ ଉକ୍ତ ନିଷିଦ୍ଧ ଅଞ୍ଚଳଠାରୁ ୧୦୦ ମିଟର ପର୍ଯ୍ୟନ୍ତ ଦୂରତା ରକ୍ଷା କରିବା ପାଇଁ ଜନସାଧାରଣ ଙ୍କୁ ତାଗିଦ୍ କରାଯାଇଛି । ଏହାର ଖିଲାପକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାବଧାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

nine + 19 =