ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ। ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ହିଜାବ ବିବାଦ ମାମଲରେ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଏଥିସହ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରବେ ନାହିଁ ବୋଲି କଡା ଭାଷାରେ କହିଛନ୍ତି କୋର୍ଟ।