ଆଉ ନାହାନ୍ତି ସିନେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ

0 43

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ,ବିତରକ ତଥା ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁ ଆଉ ନାହାନ୍ତି। ସେ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଅଛନ୍ତି। ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆଁ’। ଏହାପରେ ରବୀନ୍ଦ୍ର ମୋହନ ସାହୁ ‘ବସ୍ତ୍ରହରଣ, ବୋହୂ ହେବ ଏମିତି, ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ବରୀ, ଶାଶୁ ହାତକଡ଼ି ଭାଉଜ ବେଡ଼ି, କୁଳନନ୍ଦନ, ରସିକନାଗର ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡ଼ିଆ ଛବି ଦର୍ଶକଙ୍କୁ ଭେଟି ଦେଇଥିଲେ। ସେ ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ୟ।

hiranchal ad1
Leave A Reply

Your email address will not be published.

two × 3 =