ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

0 97

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଶୁକ୍ରବାର ଦିନ ଅପରାହ୍‌ଣରେ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, ଶିଳ୍ପ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ କଲ୍ୟାଣ, ସାମାଜିକ ସଶକ୍ତୀକରଣ ଆଦି ବିକାଶମୂଳକ କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ୧ହଜାର କୋଟି ଟଙ୍କାରେ ବିଶ୍ବସ୍ତରୀୟ ସଂଗ୍ରହାଳୟ ସହିତ ଅନ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି। ମହାପ୍ରଭୁଙ୍କ ପାଇଁ ‘ସମର୍ପଣ’ ଡିଜିଟାଲ ହୁଣ୍ଡି ଆରମ୍ଭ କରାଯାଇଛି। ଏହାରି ମାଧ୍ୟମରେ ଦେଶ-ବିଦେଶର ଭକ୍ତମାନେ ଯୋଡ଼ି ହୋଇପାରିବେ। ପୁରୀ ପାଇଁ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ୫୦୦୦ କୋଟି ଟଙ୍କା ଅନୁମୋଦନକୁ ପ୍ରସ୍ତାବ ଦେଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ଲକ୍ଷ୍ୟ ସ୍ପଷ୍ଟ – ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା। ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି ‘ଅନ୍ତ୍ୟୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବଜେଟ୍ ସଂକଳ୍ପବଦ୍ଧ। ଆସନ୍ତୁ, ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା।

hiranchal ad1
Leave A Reply

Your email address will not be published.

16 − 1 =