ସ୍ନାନ ପୂର୍ଣ୍ଣିମା ପାଇଁ AI କ୍ୟାମେରା ନଜରରେ ରହିବ ପୁରୀ ସହର

0 195

ପୁରୀ : ସ୍ନାନ ପୂର୍ଣ୍ଣିମା‌ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଏସ ପି ବିନୀତ ଅଗ୍ରୱାଲ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଶ୍ରୀକ୍ଷେତ୍ର ବୋଲି ସେ ସୂଚନା ଦେଇଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି AI ମାଧ୍ୟମରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣ କରାଯିବ। ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ, ବାହାରେ, ଟ୍ରାଫିକ, ଭିଡ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରିଛି ପୁରୀ ପୋଲିସ। ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଏସପି, ୪୫୦ ବରିଷ୍ଠ ପୋଲିସ ଅଧିକାରୀ। ଶ୍ରୀମନ୍ଦିର ଭିତରେ ଜଣେ ଏସପିଙ୍କ ସହ ୩୪ ପ୍ଲାଟୁନ ପୋଲିସ ଫୋର୍ସ ରହିବେ। ଶ୍ରୀମନ୍ଦିର ବାହାରେ ଭିଡ ନିୟନ୍ତ୍ରଣ ପାଇଁ ୨ ଜଣ ଏସପିଙ୍କ ସହିତ ୨୪ ପ୍ଲାଟୁନ ପୋଲିସ ଫୋର୍ସ ରହିବେ। ଟ୍ରାଫିକ ସୁପରିଚାଳନା ପାଇଁଁ ଜଣେ ଏସପିଙ୍କ ସହ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଭକ୍ତ ପର୍ଯ୍ୟଟକମାନଙ୍କ ସହଯୋଗ ପାଇଁ ଜଣେ ଅତିରିକ୍ତ ଏସପି ସହିତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।।

hiranchal ad1
Leave A Reply

Your email address will not be published.

fourteen + five =