ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ;ଚାଳକ ମୃତ,ଦୁଇ ଆରୋହୀ ଗୁରୁତ

0 77

ବାଲିଗୁଡ଼ା: ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ । ଚାଳକ ମୃତ,ଦୁଇ ଆରୋହୀ ଗୁରୁତର ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ବାଟାଗୁଡ଼ା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର ରାୟପୁର ୫୯ ନମ୍ୱର୍ ଜାତୀୟ ରାଜପଥ ବାଟାଗୁଡ଼ା ଗ୍ରାମ ପୂର୍ବରୁ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇଥିଲା ମୋଟରସାଇକେଲ । ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅଞ୍ଚଳବାସୀ ଘଟଣାସ୍ଥଳରେ ପହଁଚି ବାଲିଗୁଡ଼ା ପୋଲିସକୁ ଜଣାଇବା ସହ ଗୁରୁତର ଆହାତ ଦୁଇ ମୋଟରସାଇକେଲ ଆରୋହୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ସେପଟେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଶବ ଜବତ କରିବାସହ ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ମୃତ ଯୁବକଙ୍କ ନାମ ତ୍ରିନାଥ ମଲ୍ଲିକ ହୋଇଥିବା ବେଳେ ଆହାତ ହୋଇଥିବା ଦୁଇ ଯୁବକ ବାପି ମଲ୍ଲିକ ଓ ସାମନ୍ତ ମଲ୍ଲିକ ହୋଇଥିବା ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

sixteen − nine =