ପୁରୀ: ସମାଜସେବୀ ତଥା ଧର୍ମପ୍ରାଣ ମହିଳା ଶକୁନ୍ତଳା ମିଶ୍ରଙ୍କ ପରଲୋକ ଗମନ ର ଏକାଦଶ ଦିବସରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାସଭବନରେ ଆୟୋଜିତ ଏହି ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ସ୍ୱର୍ଗତା ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ବହୁବିଧ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ସଭାରେ ସ୍ୱର୍ଗତା ମିଶ୍ରଙ୍କ ପତି ପର୍ଶୁରାମ ଶତପଥୀ,ପୁତ୍ର ସୁଲିନି ସୁନ୍ଦର,ପୁତ୍ରବଧୂ ମଧୁସ୍ମିତା,କନ୍ୟା ସୁଶ୍ରୀ ସଂଗୀତା,ଜ୍ୱାଇଁ ସତ୍ୟବ୍ରତ ମିଶ୍ର,ନାତି ସବ୍ୟସାଚୀ,ସ୍ୱପ୍ନିଳଙ୍କ ସମେତ ବନ୍ଧୁ ଓ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ ।