ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

0 98

ପୁରୀ : ପୁରୀ ଜିଲ୍ଲା ଐତିହ୍ୟ ଓ ପ୍ରକୃତିର ଗନ୍ତାଘର । ବିକାଶମୂଳକ କାର୍ଯ୍ୟ ସମୟରେ ଏହାର ସଂରକ୍ଷଣ କରାଯାଉ । ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ । ଏହାର ପବିତ୍ରତା ଏବଂ ଧାର୍ମିକ ପରିବେଶ ଅକ୍ଷୁର୍ଣ୍ଣ ରଖାଯିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି ।ପୁରୀ ବିକାଶ ପରିଷଦ ପକ୍ଷରୁ ଆଜି ୟୁଥ୍‌ ହଷ୍ଟେଲରେ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ ଓ ଲୋକଙ୍କ ସହଯୋଗ ବିନା ଏହା ସଫଳ ହୋଇପାରିବ ନାହିଁ ବୋଲି କହିଥିଲେ । ପୁରୀରେ ରହିଥିବା ବିଭିନ୍ନ ମଠ ମନ୍ଦିର ଏବଂ ପ୍ରାଚୀନ ଐତିହ୍ୟ ଗୁଡ଼ିକର ସୁରକ୍ଷା ସହ ଜନସାଧାରଣଙ୍କ ପରାମର୍ଶ ଏବଂ ପ୍ରସ୍ତାବକୁ ସ୍ୱାଗତ କରାଯାଉଛି । ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଏକ ସୁନ୍ଦର ପଦକ୍ଷେପ ।ଏହାକୁ ବ୍ୟାପକ ଆଲୋଚନା କରାଯାଇ ଏକ ଚୁଡାନ୍ତ ରୂପରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରିବ । ପୁରୀ ବିକାଶ ପରିଷଦର ଏଭଳି ଉଦ୍ୟମକୁ ସେ ସାଧୁବାଦ୍‌ ଜଣାଇଛନ୍ତି । କେବଳ ପୁରୀ ନୁହେଁ ଜିଲ୍ଲାର ବିକାଶ ପାଇଁ ଶିକ୍ଷାବିତ, ବୁଦ୍ଧିଜୀବୀ ମାନେ ନିର୍ଦ୍ଦର୍ିଷ୍ଟ ପ୍ରସ୍ତାବ ଦେବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ । ପୁରୀ ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ଓଡ଼ିଶାର ପରିଚୟ ବୋଲି କହିଥିଲେ । ପୁରୀର ଐତିହ୍ୟ, ସଂସ୍କୃତି, ପରମ୍ପରା ବିଶ୍ୱବ୍ୟାପୀ ହୋଇଛି । ପୁରୀକୁ ନେଇ ପ୍ରତ୍ୟେକ ଅଧିବାସୀ ଆଜି ଗର୍ବ କରିବା ଉଚିତ୍‌ । ପୁରୀକୁ ସ୍ୱଚ୍ଛ, ସବୁଜ ଏବଂ ପ୍ରଦୂଷଣମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ ଏବଂ ବିଶିଷ୍ଟ ଗାନ୍ଧିବାଦୀ ଗୌରାଙ୍ଗ ଚରଣ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀ ପୁରୀକୁ ଭଲ ପାଇବା ସହ ବାରମ୍ବାର ଏଠାକୁ ଆସିଛନ୍ତି । ଗାନ୍ଧିଜୀ ତାଙ୍କ ସଂପାଦକୀୟରେ ପୁରୀ ବିଷୟରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଉଲେଖ କରିଛନ୍ତି ବୋଲି ଶ୍ରୀ ପରିଡା କହିଥିଲେ । ପୁରୀ ବିକାଶ ପରିଷଦ ସଭାପତି ଶ୍ରୀ ଜଗନ୍ନାଥ ବସ୍ତିଆ କାର୍ଯକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମାଜସେବୀ ଚକ୍ରଧର ମହାପାତ୍ର, ମନୋଜ କୁମାର ରଥ, ସୂର୍ଯ୍ୟ ନାରାୟଣ ରଥ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶରତ ଜୟସିଂହ, ସୌମେନ୍ଦ୍ର ଦାସ, ଦେବୀ ପ୍ରସନ୍ନ ନନ୍ଦ, ସନ୍ତୋଷ କୁମାର ମହାନ୍ତି, ବିଶ୍ୱନାଥ ବେହେରା, ଅଧ୍ୟାପକ ସୁକାନ୍ତ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ପୁରୀ ସମଗ୍ର ଓଡ଼ିଶାର ପରିଚୟ ହୋଇଥିବାରୁ ଏହାର ସ୍ୱତନ୍ତତା ବଜାୟ ରଖାଯିବାକୁ ଦାବି କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ପ୍ରାଚୀନ ଐତିହ୍ୟ, କୀର୍ତ୍ତିରାଜି ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସେମାନେ ପରାମର୍ଶ ଦେଇଥିଲେ । ଲିଙ୍ଗରାଜ କଳା ନିକେତନ ପକ୍ଷରୁ ଗୁରୁ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଲୋପାମୁଦ୍ରା ମିଶ୍ର, ସିପ୍ରା ମିଶ୍ର, ଶୁଭସ୍ମିତା ପ୍ରିୟଦର୍ଶିନୀ, ଚିରଶ୍ରଧା ମହାନ୍ତି, ଆୟୁଶା ପରିଡ଼ା, କ୍ରିଷ୍ଣା କାବେରୀ ମହାପାତ୍ର, ସଂଗୀତା ପ୍ରଧାନ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଂଗଠନ ସମ୍ପାଦକ ସ୍ୱାଧୀନ ପଣ୍ଡା ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଉପସଭାପତି । ସୁକାନ୍ତ ପଣ୍ଡା, ଡାକ୍ତର ରାଧାଶ୍ୟାମ ରଥ, ପ୍ରାନ୍ତସିନି ଜେନା, ବାପିନା ସାମନ୍ତରାୟ, ଗୋବିନ୍ଦ ଦାସ ଘୋଷ, ଡାକ୍ତର କୈଳାଶ ଭୂଷଣ ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =