ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଅପରେସନ୍ ଅଗ୍ନି; ୩୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ସହ ବ୍ୟବସାୟ ଗିରଫ

0 107

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ ଅଗ୍ନି । ଦିପାବଳୀ ପୂର୍ବରୁ ବେଆଇନ୍ ବାଣ ଗୋଦାମରେ ଚଢ଼ାଉ କରିଛି ପୋଲିସ୍ । ଜଣେ ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ୍ ବାଣ ଜବତ କଲା ବାଲିଗୁଡ଼ା ପୋଲିସ୍ । ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ ଯାରି କରାଯାଇଥିବା ବେଳେ ବ୍ୟବସାୟୀଙ୍କ ଗୋଦାମ ଘରୁ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ୍ ବାଣ ଜବତ କରାଯାଇଛି । ଘଟଣାରେ ବ୍ୟବସାୟୀଙ୍କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ୍ । ବାଲିଗୁଡ଼ା ଉପଖଣ୍ଡରେ ଏହି ଅପରେସନ ଆହୁରି ବ୍ୟାପକ କରାଯିବ ଏବଂ ବେଆଇନ୍ ଭାବେ ବାଣ ବ୍ୟବସାୟୀ କରୁଥିବା ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ।

hiranchal ad1
Leave A Reply

Your email address will not be published.

eighteen − ten =