ଜଗସିଂହପୁର: ହାଜିପୁରରେ ସାଂସଦ ବିଭୂ ତରାଇଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଂସଙ୍କ କାର୍କୁ ପଛରୁ ଆଉ ଏକ କାର୍ ଧକ୍କା ଦେଇଛି। ଦୁର୍ଘଟଣାରେ ସାଂସଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଘଟାଇ ଥିବା କାର୍ ସହ ଡ୍ରାଇଭର ବିରିଡି ଥାନାରେ ଅଟକ ରଖାଯାଇଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
