ବୌଦ୍ଧ,୧୭/୩:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ରାଜିଂ ଗ୍ରାମର ରାସେଶ୍ୱରୀ ସାମଲ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ସୂଚନା ଅନୁସାରେ ଗତ ୨୦୨୧ ମସିହା ସେପ୍ଟେମ୍ବର ୩୦ ତାରିଖରେ ରାସେଶ୍ୱରୀ ସାମଲଙ୍କ ମୃତଦେହ ତାଙ୍କ ଘର ବାରିପଟ କୂଅ ମଧ୍ୟରୁ ଉଦ୍ଧାର ହୋଇଥିଲା । ଏ ସଂକ୍ରାନ୍ତରେ ମୃତକଙ୍କ ପୁଅ ବିଭୀଷଣ ସାମଲ ନିଜ ମାତାଙ୍କୁ ହତ୍ୟା କରାଯାଇଥିବା ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁରୁଣାକଟକ ପୋଲିସ ଉକ୍ତ ଗ୍ରାମର କୁଶ ବଗର୍ତ୍ତୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଉକ୍ତ ମକଦ୍ଦମା ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ବିଚାରଧୀନ ଥିବାବେଳେ ୧୯ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକରି ପ୍ରମାଣ ଅଭାବରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜିନୀ ପତି ଅଭିଯୁକ୍ତ କୁଶ ବଗର୍ତ୍ତୀଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ତରଫରୁ ବୌଦ୍ଧର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ ।
