ନନ୍ଦାହାଣ୍ଡିଠାରେ ବ୍ଲକସ୍ତରୀୟ ଜନଶୁଣାଣି

0 67

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ନିଶ୍ଚତ କର୍ମ ନିଯୁକ୍ତି ଭିତ୍ତିକ ୨୦୨୨/୨୩ ଆର୍ଥିକ ବର୍ଷ ନିମନ୍ତେ ଦାୟିତ୍ୱରେ ଥିବା ଅତିରିକ୍ତ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତଥା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୧୧ ଗୋଟି ପଞ୍ଚାୟତର ଜନ ସାଧାରଣ ନିଜ ନିଜ ଆପତ୍ତି ଜଣାଇବା ନିମନ୍ତେ ଉପସ୍ଥିତ ହୋଇଥିଲେ । ଏହି ଜନ ଶୁଣାଣିରେ ୬୮ ଗୋଟି ସମସ୍ୟାର ଶୁଣାଣି କରାଯାଇଥିଲା । ମୁଖ୍ୟ ରେକର୍ଡ ଦାଖଲ କରିନଥିବା, ବିଭିନ୍ନ କାର୍ଯ୍ୟର ସୂଚନା ଫଳକ ଲାଗି ନଥିବା, ରେକର୍ଡ ରେଜିଷ୍ଟ୍ରାର ଅପଡେଟ କରି ନ ଥିବା , ହର୍ଟିକାଲଚର , ଗ୍ରାମ ପଞ୍ଚାୟତ, ମୃତ୍ତିକା ସଂରକ୍ଷଣ ବିଭାଗ ସରକାରଙ୍କର ଅର୍ଥକୁ ଦୁରୁପଯୋଗ ହୋଇଥିବାର ଉପସ୍ଥାପନ କରାଯାଇଥିଲା । ଆଜିର ଏହି ଜନଶୁଣାଣିରେ ବିଭାଗୀୟ ଅଧିକାରୀଙ୍କ କୌଣସି କଥାରେ ତାଳମେଳ ନ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ବିଭାଗୀୟ ଅଧିକାରୀ । ଏହି ଜନଶୁଣାଣି ଶିବିରରେ କିଛି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ କିଛି ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ନନ୍ଦାହାଣ୍ଡି ବ୍ଲକ ଜୋନ୍‌ ୧ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା , ଜୋନ୍‌ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ , ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ତିନି ସଦସ୍ୟ ସନ୍ତୋଷ ଷଡ଼ଙ୍ଗୀ, ବୃନ୍ଦାବନ ତ୍ରିପାଠୀ ଓ ଶିବଶଙ୍କର ପାଢ଼ୀ, ବିଭାଗୀୟ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven + four =