ମଳିକପଡା ମଣ୍ଡି କାର୍ଯ୍ୟକ୍ଷମ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚେତାବନୀ

0 170

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ସେବା ସମିତିର ମଲ୍ଲିକପଡା ମଣ୍ଡିରେ ନିର୍ଭର କରୁଥିବା ଚାଷୀ ଆଜି ପର୍ଯ୍ୟନ୍ତ ଚଳିତ ବର୍ଷର ନାମ ପଞ୍ଜିକରଣରୁ ବଞ୍ଚିତ ଥିବା ବେଳେ ବର୍ତ୍ତମାନ ପଞ୍ଜିକରଣକୁ ନେଇ ଚିନ୍ତାରେ ଚାଷୀ । ଏପରିକି ମଲ୍ଲିକପଡା ମଣ୍ଡି ସମସ୍ୟା ଉପରେ ଗତ ୧୮ ତାରିଖରେ ଚାଷୀ ଜିଲ୍ଲାପାଳଙ୍କୁ ମଣ୍ଡି ବନ୍ଦ ନକରିବା ସହ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରି ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି ଅଞ୍ଚଳର ଶହ ଶହ ଚାଷୀ । ଏପଟେ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଜୁଲାଇ ୧୫ରୁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଥିବାବେଳେ ୧୫ଅଗଷ୍ଟ ହେଉଛି ଶେଷ ତାରିଖ । ଯଦି ଏହା ପୂର୍ବରୁ ଚାଷୀଙ୍କ ମଣ୍ଡି ସମସ୍ୟାର ସମାଧାନର ବାଟ ନଫିଟେ ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀ ପଞ୍ଜିକରଣରୁ ବଞ୍ଚିତ ହେବା ଏକ ପ୍ରକାର ଅନୁମେୟ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଏନେଇ ଗୁରୁବାର ଦିନ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଯଦି ମଲ୍ଲିକପଡା ମଣ୍ଡି ଚଳିତ ବର୍ଷ କାର୍ଯ୍ୟକ୍ଷମ କରାନଯାଏ ତାହାଲେ ଆଗାମୀ ଦିନରେ ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଅଂଚଳ ଜିତେନ୍‌ ବଘାର, ସଚିନ୍ଦ ନାୟକ, ପ୍ରଦୀପ ଭୋକ୍ତା, ଆସ୍ତିକ ପଲିଆ, କମ୍ଭୁନାଥ ପ୍ରଧାନ, ଅଗସ୍ତି ପ୍ରଧାନ, ସନ୍ତୋଷ ପ୍ରଧାନଙ୍କ ସମେତ ମଲ୍ଲିକ ପଡା, ବୃହସ୍ପତିପୁର, ମାଝୀ ସାହି, ଭେଜିଗରା, ସୁରୁଣ୍ଡି, ସମ୍ବଲପୁର, ପାଣି ଘରା, ବୁଲୁରା, ରାଉତପଡା ମୌଜାର ଚାଷୀଙ୍କ ଭିତରେ ନିଷ୍ପତି ନେଇ ଆଲୋଚନା ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × 2 =