ବାଇକ ସହ କାର ମୁହାଁମୁହିଁ ଧକ୍କା,ଦୁଇ ପୋଲିସ କର୍ମଚାରୀ ଗୁରୁତର

0 310

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେନିଗଡ ଫାଣ୍ଡି ଅଧିନସ୍ଥ କଖାରୁଫାଳ ନିକଟରେ ରବିବାର ଅପରାହ୍ନ ୪ଟା ସମୟରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମତେ ରବିବାର ଦିନ ଅଡେନିଗଡ଼ ଫାଣ୍ଡିର ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ହୋମ ଗାର୍ଡ ଟୁକୁନା ବେହେରା ଉଭୟ ପୁରୁଣା କଟକ ଥାନାକୁ ଆସି ଆଡେନିଗଡ ଫାଣ୍ଡି ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା (ଓଡି ୨୭ସି ୦୧୮୪) ନାମକ ଏକ କାର ସହ ଉଭୟଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଦୁଇ ବାଇକ ଆରୋହୀ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ,ଦୁଇ ପୋଲିସ କର୍ମଚାରୀଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇପଡିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଡ଼ ମେଡିକାଲ ନେବା ପାଇଁ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସମ୍ଭପର ହୋଇପାରିନଥିବା ବେଳେ ପୋଲିସ ଗାଡି ମଧ୍ୟ ଠିକ ସମୟରେ ପାଖରେ ନଥିବାରୁ ଉଭୟ ଗୁରୁତର ବ୍ୟକ୍ତି ମେଡିକାଲ ବାରଣ୍ଡାରେ ୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ତତ୍ପର ନଥିବା ଦେଖି ସ୍ଥାନୀୟ ଜନସାଧାରଣ ରାସ୍ତା ରୋକ କରିଥିଲେ । ଦୁର୍ଘଟଣାର ୨ ଘଣ୍ଟା ପରେ ଅନ୍ୟ ଏକ ଭଡା ଗାଡି ଦ୍ୱାରା ଉଭୟ ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ପରେ ବୌଦ୍ଧ ମେଡିକାଲ ନେଇଥିବା ଜଣାପଡିଛି । ଅନ୍ୟପଟେ ଘଟଣା ସ୍ଥଳରେ ପରିସ୍ଥିତି ଜଟିଳ ଥିବା ଓ ପୋଲିସ କର୍ମଚାରୀଙ୍କ ଦୁର୍ଘଟଣା ଖବର ପାଇ ବୌଦ୍ଧ ଏସପି ରାଜପ୍ରସାଦ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଗୁରୁତର ଦୁଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ପାଇଁ ମେଡିକାଲ ଯାଇ ପଚାରିବୁଝିଥିଲେ । ଅନ୍ୟପଟେ ଆଡେନିଗଡ଼ ମେଡିକାଲରେ ଚିକିତ୍ସା ସେବା ଠିକ ହେଉନଥିବାରୁ ପ୍ରତିବାଦରେ ଜନତା ୪ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ହରଭଙ୍ଗା ତହସିଲଦାର ଶିବାନୀ ଦାସ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମେଡିକାଲ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେଇଥିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏପଟେ ପୁରୁଣା କଟକ ପୋଲିସ ପହଁଚି କାର ଓ ବାଇକ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three − one =