ଧର୍ମପ୍ରାଣ ମହିଳାଙ୍କ ପରଲୋକ

0 89

ପୁରୀ- ମାଟିମଣ୍ଡପ ସାହିର ସ୍ବର୍ଗତ ଗଙ୍ଗାଧର ମହାନ୍ତିଙ୍କ ଧର୍ମପତ୍ନୀ ସୁଖଲତା ମହାନ୍ତିଙ୍କର ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ରହି ସେ ଚିକିତ୍ସିତ ହେଉଥିଲେ। ସେ ନିଜସ୍ଵ ବାସ ଭବନରେ ଇହଲିଳା ସମ୍ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଜ୍ୟେଷ୍ଠ ପୁତ୍ର ଦେବାଶିଷ ମହାନ୍ତି,ମାଧ୍ୟମ ପୁତ୍ର ସୁଭାସିସ ମହାନ୍ତି, କନିଷ୍ଠ ପୁତ୍ର ସ୍ନେହାସିସ ମହାନ୍ତି ,କନ୍ୟା ସ୍ମିତା ମହାନ୍ତିଙ୍କ ସମେତ ପୁତ୍ରବଧୂ ଓ ଆତ୍ମୀୟ ସ୍ୱଜନ ଗଣ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସଂଗଠକ ପ୍ରଦୀପ୍ତ କୁମାର ମିଶ୍ର,କୃଷ୍ଣ ଚନ୍ଦ୍ର ଜେନା, ପ୍ରତାପ କୁମାର ପଣ୍ଡା,ହେମନ୍ତ ଭୋଳ,ସରୋଜ ମହାନ୍ତି, ପ୍ରିୟବ୍ରତ ମହାନ୍ତି, ଶକ୍ତି ପ୍ରସାଦ ମହାନ୍ତି ପ୍ରମୁଖ ତାଙ୍କର ବାସଭବନ କୁ ଯାଇ ଅନ୍ତିମ ଦର୍ଶନ କରିବାସହ ସବାଧ।ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ଶୋକାକୁଳ ଶୋଭାଯାତ୍ରାରେ ତାଙ୍କର ମର ଶରୀରକୁ ସ୍ଵର୍ଗଦ୍ଵାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ଦେବାଶିଷ ମହାନ୍ତି ମୁଖଗ୍ନି ଦେଇଥିଲେ।ସୁଖଳତା ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।ଜଣେ ଧର୍ମପ୍ରାଣ ଓ ପରୋପକାରି ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ।

hiranchal ad1
Leave A Reply

Your email address will not be published.

2 × one =