୯ ଜଣ ଚୋରା କୋଇଲା ପାଉଁଶ ବେପାରୀଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ

0 85

ଚୌଦ୍ୱାର: କୋଇଲା ପାଉଁଶ ଚୋରି ବେଳେ ମାଡି ବସିଲା ଚୌଦ୍ୱାର ପୋଲିସ । ଗତ ୧୦ ତାରିଖ ରେ ଅଜୟ ବେହେରା ନାମକ ଜଣେ ବ୍ୟକ୍ତି ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ, ଗତ ୯ ତାରିଖ ରାତି ରେ ଚୌଦ୍ୱାର କଜଳଖଣା ସ୍ଥିତ ଇଡ଼କୋ ଜମି ରେ ଗଦା ହୋଇରହିଥିବା କୋଇଲା ପାଉଁଶକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ମାନେ ହାଇବା ଟ୍ରକ ସାହାଯ୍ୟରେ ଚୋରି କରୁଥିବା ଦେଖିବାକୁ ପାଇଥିଲେ । ତେବେ ଏନେଇ ସେ ପୋଲିସକୁ ସୂଚନା ଦେଇଥିଲେ । ହେଲେ ସେଠାରେ ଥିବା ଅଭିଯୁକ୍ତ ମାନେ ତାଙ୍କୁ ପୋଲିସର ଇନ୍‌ଫର୍ମର ଭାବି ଆକ୍ରମଣ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ ଏକ ଟିମ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହ ୯ ଜଣ ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଚଢ଼ାଉ ବେଳେ ଏକ ହାଇବା ଟ୍ରକ, ଗୋଟିଏ କାର, ଦୁଇଟି ମୋଟର ସାଇକେଲକୁ ଜବତ କରିଛି ଚୌଦ୍ୱାର ପୋଲିସ । ସମସ୍ତ ଅଭିଯୁକ୍ତ ଚୌଦ୍ୱାର ଅଂଚଳ ର ହୋଇଥିବା ବେଳେ ଘଟଣା ରେ ଅଧିକ ତଦନ୍ତ ଜାରି ରଖିଛି ଚୌଦ୍ୱାର ପୋଲିସ ।

hiranchal ad1
Leave A Reply

Your email address will not be published.

11 − eleven =