ମହାପ୍ରଭୁଙ୍କୁ ଦର୍ଶନ କଲେ ତ୍ରିପୁରା ରାଜ୍ୟପାଳ

0 199

ପୁରୀରେ ତ୍ରିପୁରାର ରାଜ୍ୟପାଳ ଇନ୍ଦ୍ରସେନ ରେଡ଼ି ନାଲୁ । ଆଜି ପୂର୍ବାହ୍ନରେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ଼ି ନାଲୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ରାଜ୍ୟପାଳ ପ୍ରବେଶ କରି ପ୍ରଥମେ ପତିତପାବନଙ୍କୁ ଦର୍ଶନ କରିଥିଲେ । ଏହାପରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ବେଶ୍‌ ଭାବ ବିଭୋର ହୋଇଥିଲେ । ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ କହିଥିଲେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖି ମଧ୍ୟ ବେଶ୍‌ ଆନନ୍ଦ ଅନୁଭବ କରିଥିଲେ ରାଜ୍ୟପାଳ । ସାରା ବିଶ୍ୱରେ ପୁରୀ ଏକ ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚିତ । ପ୍ରତିଦିନ ବିଶ୍ୱର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ତେଣୁ ଶ୍ରୀକ୍ଷେତ୍ରର ଏଭଳି ବିକାଶ କାର୍ଯ୍ୟ ମହାପ୍ରଭୁଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ସେହିପରି ସମସ୍ତ ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା ଏବଂ ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବାର ମୂଳପୀଠ ହେଉଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଆଶୀର୍ବାଦ ରୁ ଭାରତ ଦେଶ ସାରା ବିଶ୍ୱରେ ଏକ ବଳବାନ ଓ ଆଦର୍ଶ ଦେଶ ରୂପେ ପରିଚିତ ହେଉ ଏହାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ରାଜ୍ୟପାଳ ।

hiranchal ad1
Leave A Reply

Your email address will not be published.

eighteen − fourteen =