ତେଲେଙ୍ଗାନାରେ ଆଦିବାସୀ ଦିବ୍ୟାଙ୍ଗ ଦାଦନ ଶ୍ରମିକ ବନ୍ଧକ ଘଟଣା,ଦାଦନ ସର୍ଦ୍ଦାର କୋର୍ଟ ଚାଲାଣ

0 76

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ବାଗଦୋର ପଞ୍ଚାୟତ ସର୍ଗିପାଲି ଗାଁର ଆଦିବାସୀ ଦିବ୍ୟାଙ୍ଗ ଦାଦନ ଶ୍ରମିକ ଚୈତନ୍ୟ ଛତ୍ରିଆ(୨୫)ଙ୍କୁ ଉକ୍ତ ଥାନା ଥୁଡିବାହାଲ ଗାଁର ଦାଦନ ସର୍ଦ୍ଦାର କାଳିଆ ମହାନନ୍ଦ ଓରଫ୍‌ ରତ୍ନାକର ତେଲେଙ୍ଗାନାର ସୋମଶାବାଦ ଜିଲ୍ଲା ଅନ୍ତର୍ଗତ ଆରସିଗୁଡା ସ୍ଥିତ ଇଟାଭାଟି ମାଲିକ ସୋନାଲିକା ହରି ବାବୁଙ୍କ ନିକଟରେ ୭ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲା । ଦାଦନ ଶ୍ରମିକଙ୍କ ମାଆ ପାର୍ବତୀ ଛତ୍ରିଆ ଙ୍କ ଅଭିଯୋଗ ପରେ ବେଲପଡା ପୁଲିସ ଏକ ମାମଲା ରୁଜୁ କରି ଦାଦନ ସର୍ଦ୍ଦାର କାଳିଆଙ୍କୁ ତୁରେକେଲା ଅଞ୍ଚଳରୁ ଗିରଫ କରି ଥାନାରେ ଅଟକ ରଖିଥିଲା । ଗତ ୧୩ ତାରିଖ ଦିନ ବେଲପଡା ପୁଲିସ ଦିବ୍ୟାଙ୍ଗ ଯୁବକଙ୍କୁ ତେଲେଙ୍ଗାନାରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଦାଦନ ଶ୍ରମିକଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର ପରେ ଆଜି ଦାଦନ ସର୍ଦ୍ଦାର କାଳିଆଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବେଲପଡା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − 15 =