କୋହିନୂର୍‌ ହୀରାକୁ ମହାପ୍ରଭୁଙ୍କ ପାଖକୁ ଫେରାଇ ଆଣିବା ପାଇଁ ସ୍ମାରକ ପତ୍ର ପ୍ରଦାନ

0 66

ପୁରୀ : କୋହିନୂର୍‌ ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ରାଷ୍ଟ୍ରପତିଙ୍କ ଅଫିସରେ । ପଞ୍ଜାବର ରାଜା ରଣଜିତ୍‌ ସିଂ କୋହିନୂର୍‌କୁ ମହାପ୍ରଭୁଙ୍କୁ ଦେବା ପାଇଁ ପୁରୀ ଆସି ତାଙ୍କ କୌଳିକ ପଣ୍ଡାଙ୍କୁ ଜଣାଇଥିଲେ । ଏନେଇ ଏକ ଘୋଷଣା ନାମା ମଧ୍ୟ କରିଥିବା ଦସ୍ତାବିଜ୍‌ ଏବେବି କୌଳିକ ପଣ୍ଡାଙ୍କ ପାଖରେ ରହିଛି । ତେବେ ତାଙ୍କର ମୃତ୍ୟୁ ପରେ ଇଂରେଜ ସରକାର୍‌ ଏହାକୁ ନେଇ ଯାଇଥିଲେ । ତେବେ ଏହାକୁ ଭାରତ ଆଣି ଜଗନ୍ନାଥ୍‌ ମହାପ୍ରଭୁଙ୍କୁ ଦେବା ପାଇଁ ଭାରତ ସରକାର ବ୍ରିଟେନ ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ଜଗନ୍ନାଥ୍‌ ସେନା କହିଛି । କୋହିନୂର୍‌ ଜଗନ୍ନାଥ ମହାପ୍ରଭୁଙ୍କର ।

hiring

ତେବେ ମହାପ୍ରଭୁଙ୍କ ପାଇଁ କୋହିନୂର ହୀରା ଫେରାଇ ଆଣିବାକୁ ଜଗନ୍ନାଥ ସେନା ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ ତଥା ଆଇସିଜେକୁ ଯିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । ଗତ ୨୦୧୬ ମସିହାରେ ଜଗନ୍ନାଥ ସେନା ପକ୍ଷରୁ ଇଂଲଣ୍ଡ ରାଣୀ ଏଲିଜା ବେଥଙ୍କୁ କୋହିନୂର ହୀରା ଜଗନ୍ନାଥ ମହାପ୍ରଭୁଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖି ଅନୁରୋଧ କରାଯାଇଥିଲା । ତେବେ କୋହୀନୂର ହୀରାକୁ ଭାରତକୁ ଫେରାଇ ଦେବା ପାଇଁ ରାଣୀଙ୍କ କୌଣସି ଭୂମିକା ନାହିଁ । ଭାରତ ସରକାର ବ୍ରିଟେନ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଉଚିତ୍‌ ବୋଲି ବଙ୍କିମହାମ ପ୍ୟାଲେସରୁ ଜଗନ୍ନାଥ ସେନାକୁ ଚିଠି କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one + 18 =