ନୟାଗଡ଼ରେ ଆକର୍ଷଣୀୟ ମେମୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ; ପୁରୀକୁ ଚଳାଚଳ ସହ ପାର୍କିଂ ଓ ଟାଉନ୍‌ ବସ୍‌ ଚଳାଚଳ ପାଇଁ ଦାବି

0 160

ଦଶପଲ୍ଲା : ବଢୁଛି ମେମୁ ଟ୍ରେନ୍‌ର ଲୋକପ୍ରିୟତା । ମୋମୁ ଟ୍ରେନ୍‌ ଚାଲିବାପରେ ନୟାଗଡ଼ରୁ ଭୁବନେଶ୍ୱର ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆକାର୍ଷଣୀୟ ମେମୁ ଟ୍ରେନରେ ବସି ମଜା ନେବାପାଇଁ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଯାତ୍ରୀମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା , ଷ୍ଟେସନ ପରିସରରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ଓ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡରୁ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ଆସିବା ପାଇଁ କୌଣସି ସୁବିଧା ନଥିବାରୁ ଯାତ୍ରାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହିତ ପୁନର୍ବାର ପୁରୀକୁ ରେଳ ଚଳାଚଳ କରୁ ବୋଲି ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି । ଗତ ନଭେମ୍ବର ୨୦୨୧ରୁ ମେମୁ ଟ୍ରେନ ଚଳାଚଳ କରିବା ପରେ ଏବେ ରେଳଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବ ଟ୍ରେନ ଅପେକ୍ଷା ଏହି ମେମୁ ଟ୍ରେନ ବେଶ୍‌ ଆରମଦାୟକ ତଥା ସବୁ ପ୍ରକାର ସୁବିଧା ଥିବା ହେତୁ ଏହି ଟ୍ରେନରେ ଯାତ୍ରା କରିବାକୁ ଯାତ୍ରୀମାନେ ବେଶ୍‌ ପସନ୍ଦ କରୁଥିବାବେଳେ ଟିକେଟ ମୂଲ୍ୟ ମଧ୍ୟ ଯାତ୍ରୀମାନଙ୍କୁ ସୁହାଇଲା ଭଳି ୪୫ଟଙ୍କା ରହିଛି । ଏପରିକି ଏକକାଳୀନ ମାସିକିଆ ଯେଉଁମାନେ ଟିକେଟ କରିବାକୁ ଚାହିଁବେ ସେମାନେ ସମୁଦାୟ ୩୨୫ଟଙ୍କା ଟିକେଟ କଲେ ମାସ ସାରା ରେଳଯାତ୍ରାର ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି । ଏପରି ସୁବିଧା ହେତୁ ନୟାଗଡ଼ରୁ ଭୁବନେଶ୍ୱର ଯିବାପାଇଁ ରେଳଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଟ୍ରେନରେ ଯିବାପାଇଁ ବହୁ ଯାତ୍ରୀ ଚାହୁଁଥିଲେ ମଧ୍ୟ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରୁ ନୟାଗଡ଼ ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ୨କିଲୋମିଟର ରାସ୍ତା ଯିବା ପାଇଁ ସେମିତି କୌଣସି ସୁବିଧା ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏପରିକି ନୟାଗଡ଼ ଷ୍ଟାଣ୍ଡରୁ ଷ୍ଟେସନ ପର୍ଯ୍ୟନ୍ତ ଆଟୋ କରି ଆସିଲେ ଟ୍ରେନ ଭଡ଼ା ଠାରୁ ଅଟୋ ଭଡ଼ା ଅଧିକ ହେଉଥିବାରୁ ଯାତ୍ରୀମାନଙ୍କ ପାଇଁ ଏହା ସମସ୍ୟା ଦେଖାଦେଇଛି । ନୟାଗଡ଼ ଷ୍ଟେସନରୁ ଟ୍ରେନ ଯିବା ଆସିବା ସମୟରେ ବିଭାଗ ତରଫରୁ ଯଦି ଗମନାଗମନର କୌଣସି ସୁବିଧା କରାଯାଇପାରନ୍ତା ତେବେ ଏହି ମେମୁ ଟ୍ରେନରେ ବହୁସଂଖ୍ୟାରେ ଯାତ୍ରୀମାନେ ଯାତାୟାତ କରିପାରନ୍ତେ ବୋଲି ମତପ୍ରକାଶ ପାଇବା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଗାଡ଼ି ପାଇଁ ବ୍ୟବସ୍ଥା କରାଯିବାକୁ ଯାତ୍ରୀମାନଙ୍କ ପକ୍ଷରୁ ଦାବି ହେଉଛି । ଏପରିକି ରେଳ ଷ୍ଟେସନରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ମଧ୍ୟ ଅଭାବ ରହିଛି । ଭୁବନେଶ୍ୱର ମେମୁଟ୍ରେନ ସନ୍ଧ୍ୟା ୬.୪୦ରେ ବାହାରି ନୟାଗଡ଼ରେ ରାତି ୮ଟା ୩୦ରେ ପହଞ୍ଚ଼ୁ ଥିବାବେଳେ ଯାତ୍ରୀମାନଙ୍କ ସମ୍ପର୍କୀୟ ଆଗୁଆ ଆସି ଏଠାରେ ଅପେକ୍ଷା କରିଥାନ୍ତି । ହେଲେ ଷ୍ଟେସନ ପରିସରରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ନଥିବାରୁ ରେଳଯାତ୍ରୀମାନଙ୍କ ସହିତ ଅପେକ୍ଷାରତ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ସରକାରଙ୍କ କୋଭିଡ୍‌ କଟକଣା ହଟିବା ପରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟ ଭକ୍ତମାନଙ୍କ ପାଇଁ ସ୍ୱାଭାବିକ ହୋଇଛି । ହେଲେ ନୟାଗଡ଼ରୁ ପୁରୀ ରେଳ ଚଳାଚଳ ଏଯାଏଁ ସ୍ୱାଭାବିକ ହୋଇପାରିନି । ଦୈନିକ ନୟାଗଡ଼ରୁ ଅଧିକାଂଶ ରେଳଯାତ୍ରୀ ଜଗନ୍ନାଥ ଦର୍ଶନରେ ପୁରୀ ଯାଉଛନ୍ତି । ନୟାଗଡ଼ ଜିଲାର ଲୋକମାନେ ଟ୍ରେନରେ ପୁରୀ ଯିବାଲାଗି ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ନୟାଗଡ଼ରୁ ଯେପରି ପୁରୀକୁ ପାସେଞ୍ଜର ଟ୍ରେନ ଚଳାଚଳ କରୁଥିଲା ତାହା ପୂର୍ବବତ୍‌ ସେମିତି ଚାଲୁ ବୋଲି ବହୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 11 =