ବିଜେଡିରୁ ୨ ବିଧାୟକ ନିଲମ୍ବିତ

0 47

ଭୁବନେଶ୍ବର- ରାଜ୍ୟ ରାଜନୀତିରେ ହଟଚମଟ । ବଡ ଆକ୍ସନ ନେଲା ବିଜେଡି । ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ । ବିଜେଡି ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ । ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ ଯେ, ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ । ଯାହାକୁ ନେଇ ସନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ନବୀନ ।

hiring

କିନ୍ତୁ ଅରବିନ୍ଦଙ୍କୁ ନିଲମ୍ବନ କରିବା ପଛରେ କୌଣସି ପ୍ରମୁଖ କାରଣ ସାମ୍ନାକୁ ଆସିନାହିଁ । କିନ୍ତୁ ବିଜେଡି ଭିତିରି ମହଲରୁ ମିଳିଥିବା ଖବର ଅନୁସାରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ଅଧା ଡଜନରୁ ଅଧିକ କାରଣ ରହିଛି । 

hiranchal ad1
Leave A Reply

Your email address will not be published.

three × five =