ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଧାଡି ଦର୍ଶନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

0 35

ପୁରୀ- ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଧାଡି ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଧାଡି ଦର୍ଶନ ବା ଶୃ୍‌ଙ୍ଖଳିତ ଦର୍ଶନ ନେଇ ବୈଠକରେ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ହେବାକୁଥିବା 6 ଥାକିଆ ବ୍ୟାରିକେଡ୍ ବା ରାମ୍ପରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ପୂର୍ବରୁ ପରିଚାଳନା କମିଟି ପ୍ରସ୍ତାବ ଦେଇଛି। ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଉଥିବା ସିଷ୍ଟମ ବା ରାମ୍ପ ଯେପରି ତ୍ରୁଟିଶୂନ୍ୟ ହୋଇପାରିବ,ମହାପ୍ରଭୁଙ୍କ ନୀତିକ୍ରାନ୍ତିରେ ଯେଉଁଭଳି ଭାବରେ ବାଧା ସୃଷ୍ଟି ନ ହେବ ଏବଂ ଭକ୍ତମାନେ କିଭଳି ଭଲ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ନେଇ ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିରରେ ପ୍ରତିଦିନ ଭୋଗମଣ୍ଡପ ସମୟରେ ରାମ୍ପକୁ କାଢିବାକୁ ପଡିବ। ତେଣୁ ରାମ୍ପ ଗୁଡିକୁ କିଭଳି ଅତି କମ୍ ସମୟରେ କଢ଼ାଯାଇପାରିବ ଓ ଲଗାଯାଇ ପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଧାଡି ଦର୍ଶନ ନିମନ୍ତେ ରାମ୍ପ ପ୍ରସ୍ତୁତ କରୁଥିବା ଓବିସିସି ଅଧିକାରୀ ଓ ଆଇଆଇଟି ପ୍ରଫେସର ମାନେ ହୋଇଥିବା ମଡେଲର ଏକ ପ୍ରଜେଣ୍ଟଟେସନ୍ ଦେଖାଇଥିଲେ।ତେବେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଧାଡି ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡିଛି |

hiranchal ad1
Leave A Reply

Your email address will not be published.

eleven + nine =