ବୌଦ୍ଧ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କଲେ ନୂତନ ଜିଲ୍ଲାପାଳ

0 189

ବୌଦ୍ଧ,୩୧ା୭ : ବୌଦ୍ଧ ଠାରେ ନିର୍ମାଣାଧିନ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ l ଶ୍ରୀ ନାୟକ ତିନି ଦିନ ତଳେ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ବୌଦ୍ଧଗଡ଼ ଏନଏସି ଦ୍ୱାରା ପରିଚାଳିତ ନିର୍ମାଣାଧିନ ବୌଦ୍ଧ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି |
ଏଥିସହିତ ବୌଦ୍ଧ ସହର ପୁରୁଣା ଜେଲ ପରିସରରେ ନିର୍ମାଣାଧିନ 300 ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି l ଶ୍ରୀ ନାୟକ ଆଜି ଜିଲ୍ଲାର ବରିଷ୍ଠ ଅଧିକାର ମାନଙ୍କ ସହ ନିର୍ମାଣାଧିନ ଡ଼ାକ୍ତରଖାନା ପରିସରରେ ଅଚାନକ ପହଂଚି ପରିଦର୍ଶନ କରିଥିଲେ | ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ବୌଦ୍ଧ ଜିଲ୍ଲା ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଘମିତ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

hiranchal ad1
Leave A Reply

Your email address will not be published.

9 − 7 =