ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ପରିବହନ ମନ୍ତ୍ରୀ

0 86

ପୁରୀ : ପୁରୀରେ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୀ । ଆଜି ପୁରୀ ଗସ୍ତରେ ଆସି ମନ୍ତ୍ରୀ ବିମାନ ବନ୍ଦର ନିର୍ମାଣ ହେଉଥିବା ସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି । ତେବେ ବିମାନ ବନ୍ଦର ପାଇଁ ଚାଲିଥିବା ପ୍ରାଥମିକ କାର୍ଯ୍ୟ ନେଇ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିମାନ ବନ୍ଦର ପାଇଁ ପାଚେରୀ ନିର୍ମାଣ ସରିଥିବା ବେଳେ ଜମି ଅଧି ଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇଚି । ପୁରୀ ସଦର ସିପସରୁବାଲି ମୌଜାରେ ହେଉଥିବା ବିମାନ ବନ୍ଦର ପୁରୀ ସହରର ଅତି ନିକଟ ସ୍ଥାନ । ଭକ୍ତ ଓ ପର୍ଯ୍ୟଟକ ମାନେ ବିମାନ ବନ୍ଦରରେ ଓହ୍ଲେଇ ଖୁବ ଶୀଘ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଂଚି ପାରିବେ । ଜଗନ୍ନାଥ ଧାମ ପୁରୀକୁ ସାରା ବିଶ୍ୱରେ ଆହୁରି ପ୍ରସିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା ଆରମ୍ଭ କରିଛନ୍ତି । ପୁରୀ ସହରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ସବୁ ସହଯୋଗ ସରକାର ଯୋଗାଇ ଦେଇଛନ୍ତି । କେନ୍ଦ୍ରକୁ ମଧ୍ୟ ଚିଠି ଦ୍ୱାରା ସବୁ କିଛି ଅବଗତ କରାଯାଇଛି । ଖୁବ୍‌ ଶୀଘ୍ର ଯେଭଳି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ ହୋଇ ପ୍ରକଳ୍ପ ଶେଷ ହେବ ସେ ନେଇ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ସୁଚନା ଦେଇଛନ୍ତି । ପୁରୀ ସଦର ଗୀରଳ ଛକ ନିକଟ ସିପସରୁବାଲି ମୌଜାରେ ପ୍ରାୟ ୧୨ ସହ ଏକର ଜମିରେ ଏହି ଗ୍ରୀନ ଫିଲ୍ଡ ବିମାନ ବନ୍ଦର ପାଇଁ ଯୋଜନା କରାଯାଇଛି ।

hiring

hiranchal ad1
Leave A Reply

Your email address will not be published.

seventeen + 3 =