ଏହି ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରାର ତୃତୀୟ କିସ୍ତି

0 166

ଭୁବନେଶ୍ବର:  ଅଗଷ୍ଟ ୯ ତାରିଖରେ  ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ମିଳିବ। କୋଟିଏ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା ମିଳିବ। ଜୟପୁରରୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ସରକାର ବାଣ୍ଟିବେ।  ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ଗୁରୁତ୍ବପୁର୍ଣ ବୈଠକ ବସିଥିଲା। ସୁଭଦ୍ରା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଦୂତିବାସ ରାଉତ ସୂଚନା ପ୍ରଦାନ କରିଛନ୍ତି।

hiring

 ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡ଼ାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି। ଲୋକଙ୍କ ଫିଡ୍ ବ୍ୟାକ୍ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।  ଏହା ସହିତ ୨୧ ବର୍ଷ ହୋଇଥିବା ହିତାଧିକାରୀ ପରେ ନୂଆ ସାମିଲ ହେବେ। ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିବା ହିତାଧିକାରୀ ଯୋଜନାରୁ ବାଦ ପଡ଼ିବେ ବୋଲି ସଚିବ ସୂଚନା ପ୍ରଦାନ କରିଛନ୍ତି।

hiranchal ad1
Leave A Reply

Your email address will not be published.

16 − 11 =