ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା

0 53

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା । ଦ୍ରୁତଗତି ରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ତିନିରଥରେ ଚାରି ନାହାକା ଚାରି ପଟେ ଚଉଦ ନାହାକା ବୁଲିବା ସହ ତିନି ରଥ ପ୍ରଥମ ଭୂଇଁ ଛ’କାଠିରେ ପାଖୁଡ଼ା ଲାଗି ହୋଇ, ଦ୍ୱିତୀୟ ଭୂଇଁ ସଂଯୋଗ ଶେଷ ହୋଇଛି । ତିନି ରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ଶେଷ । ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନିରଥର ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ ଶେଷ ହୋଇଛି । ଏଥିସହ ତିନିରଥର ଆଗ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ିବାପରେ ସେଥିରେ କଣ୍ଟା ବଢିଆ ଶେଷ ହୋଇଛି । (ତାଳଧ୍ୱଜ ରଥ ଏବଂ ନନ୍ଦଘୋଷ ରଥର ଚାରି ନାହାକା ଆଗ ଏବଂ ପଛରେ ଗୋଟିଏ ଗୋଟିଏ ଢ଼ମକ ପଡୁଥିବା ବେଳେ ଦର୍ପଦଳନ ରଥରେ ତିନୋଟି ଢ଼ମକ ପଡ଼ିଥାଏ, ଢ଼ମକ ଉପରେ ୫ଟି ଲେଖାଏଁ ସିଂହାସନ ସେଣି ପଡ଼ି ତା’ଉପରେ ପଟାପଡ଼ି ବେଦୀ ନିର୍ମାଣ କରାଯାଏ) । ଏଥିସହ ତିନି ରଥର କଇଞ୍ଚି ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳି କୁ ତିନୋଟି ଲେଖାଏଁ ୨୦ ଫୁଟିଆ କାଠ ଫାଳୀ ଭୋଇ ସେବକଙ୍କ ମାଧ୍ୟାମରେ ଯୋଗାଇ ଦେଇଛନ୍ତି ।

hiring

ସେଥିରେ ମହାରଣା ସେବକ ମାନେ ମାପ ପ୍ରକାରେରେ ମୂଳ ଭୂଇଁ ଏବଂ ମଝି ଭୂଇଁକୁ ମଜଭୁତ କରିବା ପାଇଁ କଇଞ୍ଚି ନିର୍ମାଣ ଜାରୀ ରଖିଛନ୍ତି । ଏଥିସହ ତିନି ରଥର ମହାରଣା ସେବକମାନେ ଚରୋଟି ଲେଖାଏଁ ଧ୍ୱଜବତା ନିର୍ମାଣ ଜାରୀ ରଖିଛନ୍ତି । ତିନି ରଥର କନକ ପେଣ୍ଡି ଏବଂ କନକ ମୁଣ୍ଡି ନିର୍ମାଣ ତିନି ରଥର ମହାରଣା ସେବକ ମାନେ ଜାରୀ ରଖିଛନ୍ତି । ରଥର ବଡ ଧାରା ପୋଟଳ ନିର୍ମାଣ ଆରମ୍ଭ ହୋଇଛି । ଏହି ବଡଧାରା ପୋଟଳ ଅଗ ଭୂଇଁ ବା ତୃତୀୟ ଭୂଇଁ ଉପର ପୋଟଳ ଖମ୍ବିରେ ସେଟ୍‌ କରାଯିବ । ସେପଟେ ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ତିନି ରଥର ଗୋଟିଏ ଗୋଟିଏ ଚାର ପରିଛାରେ ଚିତ୍ର ଖୋଦେଇ ଜାରୀ ରଖିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତେର ପରସ୍ଥ ପୋଟଳ ଚାରି ପାର୍ଶ୍ୱରେ ବସିବା ପାଇଁ ୪ଫୁଟର ପୋଟଳ କଣ୍ଟା, କଳସ ଏବଂ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ସେହିପରି ଚିତ୍ରକାର ସେବକ ମାନେ ରଥ ଚକ, ଦଣ୍ଡା ଏବଂ ଗୁଜ ଗୁଡିକରେ ଧଳା ପ୍ରାଇମାର ଦେଇ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 4 =