ମହାନଦୀ ବିହାରରେ ଚାପ ଖେଳିଲେ ମହାପ୍ରଭୁ

0 169

କଟକ : ମହାନଦୀବିହାର ସ୍ଥିତ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଚର୍ତୁଭୁଜ ମହାପାତ୍ରଙ୍କ ସଭାପତିତ୍ବରେ ଶ୍ରୀ ଜଗନ୍ନାଥ ଉଦ୍ୟାନ ପରିସରରେ ଚନ୍ଦନ ଯାତ୍ରା -୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଚନ୍ଦନ ଯାତ୍ରା ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ଜଗନ୍ନାଥ ଉଦ୍ୟାନରେ ଭକ୍ତଙ୍କ ଗହଣରେ ଚାପ ଖେଳିଥିଲେ । ଏହି ଚାପ ଖେଳ ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ଚାପ ଖେଳଟି ଏମଡିଏର ସଭାପତି ସଞ୍ଜୟ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଏହି ଚାପ ଖେଳରେ ଅତିଥି ଭାବେ ବିଧାୟକ ସୌଭିକ ବିଶ୍ଵାଳ, ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାସ, ରବିନାରାୟଣ ସତପଥି, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ସରୋଜ ପ୍ରସାଦ ସ୍ବାଇଁ, ସଞ୍ଜୟ ସାହାଣୀ, ପ୍ରଭାକର ରଣା, ନମିତା ଦାସ, ମଧୁସ୍ମିତା ଷଡ଼ଙ୍ଗୀ, ହରପ୍ରିୟା ଧଳ, ରାକେଶ ତ୍ରିପାଠୀ, ଜ୍ଞାନରଞ୍ଜନ ଦାସ, ସୁଜିତ୍ ମିଶ୍ର, ଭାଗିରଥି ସାମଲ, ସୁଶାନ୍ତ ଘୋଷ, ମାନବେସ ରାୟ, ଅଭୟ ପରିଜା, ଶରତ ଚନ୍ଦ୍ର କୁଣ୍ଡୁ, ବିଷ୍ଣୁ କର, ପ୍ରହ୍ଲାଦ ମହାନ୍ତି, ବ୍ରଜବନ୍ଧୁ ଜେନାଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ମୂରବୀ, ମହିଳା ଓ ଯୁବବର୍ଗ ମାନେ ଉପସ୍ଥିତ ଥିବା ବେଳେ ଶ୍ରୀମାନ ସାଇ ସୌରଭ ଜେନା ଓ ତାଙ୍କର ସହକର୍ମୀ ଏହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × four =