ପୁରୁଣା କେରାଣ୍ଡି ଗ୍ରାମର ରାଧା ଗୋବିନ୍ଦ ମନ୍ଦିରରେ ମାଳତୀ ଝୁଲଣ ଅନୁଷ୍ଠିତ

0 48

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଥିବା ରାଧା ଗୋବିନ୍ଦ ମନ୍ଦିରରେ ମାଳତୀ ଝୁଲଣ ୨୬ଠାରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମାଳତୀ ଝୁଲଣ ମହନ୍ତ ମହାରାଜା ଦାମୋଦର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଅଛି । ସନ୍ଧ୍ୟା ସମୟରେ ଠାକୁରଙ୍କୁ ଦୋଳିରେ ବିରାଜମାନ କରାଇବା ସହ ଭଜନ ସଂକୀର୍ତ୍ତନ ଗ୍ରାମର ଗ୍ରାମବାସୀଙ୍କ ଦ୍ୱାରା ଅନୁଷ୍ଠିତ ହେଉଅଛି । ଝୁଲଣକୁ ସୁସଜ୍ଜିତ ଓ ଆକର୍ଷଣ କରିବା ପାଇଁ ବିଭିନ୍ନ ଆଲୋକମାଳା ସହ ବିଭିନ୍ନ କଣ୍ଢେଇର ପ୍ରତିମୂର୍ତ୍ତି ମନ୍ଦିର ସମ୍ମୁଖରେ ସଜା ହୋଇଅଛି । ଯାହାକୁ ଦେଖିବା ପାଇଁ ଗ୍ରାମର ଆବାଳ ବୃଦ୍ଧବନୀତା ମନ୍ଦିର ସମ୍ମୁଖରେ ବସିଥାନ୍ତି । ଭଜନ ସଂକୀର୍ତ୍ତନରେ ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏହି ଝୁଲଣ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଭକ୍ତଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବ ଗୋଷ୍ଠୀ, ୱାର୍ଡ ସଭ୍ୟ ସରୋଜ ଜେନା, ରାଧାକାନ୍ତ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − seven =