ସୁବର୍ଣ୍ଣପୁର : ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚିଥିଲେ । ସେଠାରେ ସେ ବସ୍ତିର ଲୋକଙ୍କ ସହ ସବୁ ସମସ୍ୟା ଉପରେ ଆଲୋଚନା ତୁରନ୍ତ ପଦକ୍ଷେପ ନେବାକୁ ଉପସ୍ଥିତ ଥିବା ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ଏଠାରେ ପ୍ରକୃତରେ କେତେ ପରିବାର ବସ ବାସ କରୁଛନ୍ତି, କେତେ ଲୋକଙ୍କ ଭୋଟ ପରିଚୟ, ଆଧାର କାର୍ଡ ହୋଇଛି ସଠିକ ତଥ୍ୟ ପାଇଁ ସର୍ଭେ କରିବାକୁ ଏବଂ ଖୁବ ଶୀଘ୍ର ଭୂମିହୀନଙ୍କୁ ୩ ଡ଼ିସିମିଲ ଲେଖାଏଁ ଜମି ପ୍ରଦାନ, ସୋଲାର ଲାଇଟ ଓ ପିଇବା ପାଣିର ସୁବିଧା କରିବାକୁ ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଆଜି ଜ଼ିଲ୍ଲାପାଳ ଶ୍ରୀ ରାୟ ନିର୍ଦ୍ଦେଶ ଦେଇଛନ୍ତି । ଜ଼ିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ ଓ ସ୍ପଟ୍ ଭିଜିଟକୁ ଅଞ୍ଚଳ ବାସୀ ଓ ଜ଼ିଲ୍ଲାର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।