ସ୍ୱାସ୍ଥ୍ୟ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0 104

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗର ଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଯୁବ ଗୋଷ୍ଠୀ ଠାରୁ ତମ୍ବାଖୁ ମୁକ୍ତ , ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ କରିବା ପାଇଁ ଏଠାରେ ସଂକଳ୍ପବଦ୍ଧ କରିଥିଲେ ।
ସ୍ୱାସ୍ଥ୍ୟ ବିଭାଗ ସହ ବିଭିନ୍ନ ବିଭାଗ ର ସହଯୋଗୀତା ସହଭାଗିତା ଓ ସମନ୍ୱୟ ରକ୍ଷା ନିମିତ୍ତ ସମସ୍ତେ ସଂକଳ୍ପବଦ୍ଧ ଏହି କାର୍ଯ୍ୟକ୍ରମରେ ହୋଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତ ସମିତି, ତହସିଲ, ଥାନା, ଶିଶୁ ବିକାଶ ପ୍ରକଳ୍ପ, ଗ୍ରାମ ପଞ୍ଚାୟତ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଆଦି ସମସ୍ତ ବିଭାଗୀୟ ଅଧିକାରୀ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ । ସମସ୍ତ ବିଭାଗ ସହ ତାଳମେଳ ରଖି କିପରି ସବୁ ଯୋଜନା କାର୍ଯ୍ୟକାରୀ କରିବା ଆଗାମୀ ରକ୍ତଦାନ ଶିବିରର ସଫଳ ଆୟୋଜନର ପ୍ରସ୍ତୁତି କରଣ, ଯୁବ ପିଢୀମାନଙ୍କୁ ତମ୍ବାକୁ ମୁକ୍ତ ଅଭିଯାନ ଏବଂ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷ ରୋପଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ତହସିଲଦାର ବନମାଳୀ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମହାନ୍ତି ଯୋଗ ଦେବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଗୀତା ପାତ୍ର ଓ ବିପିଏମ୍‌ ନିବେଦିତା ପଟ୍ଟନାୟକଙ୍କ ସମେତ ସମସ୍ତ ବ୍ଲକ୍‌ ପ୍ରୋଗ୍ରାମ ମେନେଜମେଣ୍ଟ ଷ୍ଟାଫ ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବରିଷ୍ଠ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀକୃଷ୍ଣ ପଣ୍ଡା ସଭାକାର୍ଯ୍ୟ ସଂଯୋଜନା ଓ ପରିଚାଳନା କରୁଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ ନିବେଦିତା ଗୌଡ଼ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ସଭିଙ୍କୁ ଆହ୍ୱାନ କରିଥିଲେ । ପରିଶେଷରେ ସମସ୍ତେ ମିଶି ମେଡିକାଲ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରିଥିଲେ । ସଭା ଶେଷରେ ପିଏଚ୍‌ଇଓ ସଂଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 6 =