ଅବକାରୀ ଚଢ଼ାଉ,୧୭ ଲକ୍ଷ ଟଙ୍କାର ମଦ ପୋଚ ନଷ୍ଟ କରାଗଲା

0 71

ଚିକିଟି: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟି ଏସଡିପିଓ ବିଶ୍ଵମିତ୍ର ହର୍ପାଲ୍ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଏକଜୁକ୍ଟିଭ ମାଜିଷ୍ଟ୍ରେଟ , ପାତ୍ରପୁର ଅତିରିକ୍ତ ତସିଲଦାର ଦିଲ୍ଲୀପ କୁମାର ଦେହୁରୀଙ୍କ ଉପସ୍ଥିତି ରେ ଜରଡା ଥାନା ଅନ୍ତର୍ଗତ ମଶାଣିବାଡ, ତାଡକାସାହି, ହରିପୁର, ଠଣଗାଁ , ଆଦି ଗ୍ରାମ ର ପାହାଡିଆ ଜଙ୍ଗଲ ଅଞ୍ଚଳ ଓ ନାଳ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ଶହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୭୦୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୧୪୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ, ଡ୍ରମ, ଡେକ୍ଚି ଇତ୍ୟାଦି ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଗଲା, ଯାହାର ଆନୁମାନିକ ମୂଲ୍ୟ ୧୭,୦୦,୦୦୦/- ଟଙ୍କା ହେବ। ଏହି ଚଢ଼ାଉ ରେ ଚିକିଟି ଅବକାରୀ ଉପ -ଅଧିକ୍ଷକ କୁମୁଦ ରଞ୍ଜନ କୁଅଁର, ଜରଡା ଥାନା ଆଇଆଇସି ଟୁନା ସାସମଲ୍, ବ୍ରହ୍ମପୁର ସଦର ରେଞ୍ଜ ଅବକାରୀ ନିରୀକ୍ଷକ ଅର୍ଜୁନ କୁମାର ମଲ୍ଲିକ, ବ୍ରହ୍ମପୁର ଡି ଏସ ଏଫ ଅବକାରୀ ନିରୀକ୍ଷିକା ମନୀଷା ଭୋଳ, ଚିକିଟି ଅବକାରୀ ଥାନା ଉପ – ନିରୀକ୍ଷକ ସଞ୍ଜୟ କୁମାର ଭୁକ୍ତା, ଗୋଳନ୍ଥରା ଅବକାରୀ ଥାନା ଉପ – ନିରୀକ୍ଷକ ବିଶ୍ଵମ୍ବର ବିଶ୍ବାଳ, ବ୍ରହ୍ମପୁର ଅବକାରୀ ଥାନା-୨ ଉପ – ନିରୀକ୍ଷିକା ସୁଶ୍ରୀ ସଂଗୀତା ମହାପାତ୍ର, ଗୋପାଳପୁର ଅବକାରୀ ଥାନା ଉପ – ନିରୀକ୍ଷିକା ସସ୍ମିତା ମଲ୍ଳିକଙ୍କ ସହ ଏପିଆର ଫୋର୍ସ , ଅବକାରୀ କର୍ମଚାରି ଓ ପୋଲିସ୍ କର୍ମଚାରି ମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

three × 5 =