ଆଠଗଡ ଉପଖଣ୍ଡ ସ୍ତରୀୟ କୃଷି ଓ ଯାନ୍ତ୍ରିକ ମେଳା ଅନୁଷ୍ଠିତ

0 125

ଆଠଗଡ:କୃଷି ଓ କୃଷକର ବିକାଶ ପାଇଁ ଆଠଗଡ ମହୋତ୍ସବ ପଡିଆଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ଯାନ୍ତ୍ରିକ ମେଳା ଆୟୋଜନ କରାଯାଇଥିଲା । ଏହି ମେଳାରେ ପ୍ରଶାନ୍ତ କୁମାର ତରାଇ ଉପଜିଲ୍ଲାପାଳ, ଆଠଗଡ ସଭାପତିତ୍ୱ କରି ମେଳାର ଉଦ୍ଦେଶ୍ୟ ଓ କୃଷକମାନେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ କରିପାରିବେ ବୋଲି କହିଥିଲେ । ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କୃଷି ଯାନ୍ତ୍ରିକ ମେଳାକୁ ଉଦଘାଟନ କରି କୃଷକ ମାନଙ୍କର ସାମଗ୍ରିକ ବିକାଶ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରୟାସ ବୋଲି ପ୍ରକାଶ କରିବା ସହିତ ଜଡିତ ମତ୍ସ୍ୟ, ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି ଓ କୃଷି ଚାରୋଟି ଯାକ ବିଭାଗ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ତୃଣମୂଳ ସ୍ତରରେ ଚାଷୀ ପାଖରେ ପହଞ୍ଚି ବିଭାଗ ତରଫରୁ ଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ପହଞ୍ଚା ଯାଇପାରିଲେ ଏହି ମେଳାର ଆୟୋଜନ ସଫଳ ହୋଇପାରିବ ।୧୦ ବର୍ଷ ତଳେ ରାଜ୍ୟ କୃଷି ବଜେଟ ଯେତିକିଥିଲା ଆଜି ତାହା ତିନିଗୁଣ ବୃଦ୍ଧି କରାଯାଇଛି । କୃଷକ ମାନଙ୍କର ସାମଗ୍ରିକ ବିକାଶ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ । ଏହି ଯାନ୍ତ୍ରିକ ମେଳା ତିନିଦିନ ଧରି ଚାଲିବ ଏହି ମେଳା ରେ ଚାଷୀ ଭାଇ ମାନେ ସିଧାସଳଖ କୃଷି ଯନ୍ତ୍ରପାତି ରିହାତି ଦରରେ ପାଇପାରିବେ । ଏହି ଉତ୍ସବରେ ପ୍ତକଳ୍ପ ନିର୍ଦ୍ଦେଶକ ଜ଼ିଲ୍ଲା ସହରାଞ୍ଚଳ ଉନ୍ନୟନ ସସ୍ଥା ହେମନ୍ତ କୁମାର ସ୍ୱାଇଁ, ଆଠଗଡ ବିଜ୍ଞପିତ ପରିଷଦ ଅଧକ୍ଷା ସସ୍ମିତା ରାଉତ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ସୁଦାମ ଚରଣ ନାୟକ ମୁଖ୍ୟ ଯନ୍ତ୍ରୀ କୃଷି ମୁକ୍ତିକାନ୍ତ ମହାପାତ୍ର, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ କଟକ ଜୟନ୍ତ କୁମାର ନାୟକ, ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ବିଭୁ ରଞ୍ଜନ ଦାସ, ଜ଼ିଲ୍ଲା ମତ୍ସ୍ୟ ଅଧିକାରିଣୀ ଇତିଶ୍ରୀ ରଥ ନିର୍ବାହୀ ଯନ୍ତ୍ରୀ କୃଷି ଦେବବ୍ରତ ଦାସମହାପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା , ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା ଜ଼ିଲ୍ଲା କୃଷି ଅଧିକାରୀ ଆଠଗଡ ପର୍ଶୁରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହିଉପଖଣ୍ଡ ସ୍ତରୀୟ ଯାନ୍ତ୍ରିକ ମେଳା ୩ଦିନ ଧରି ଚାଲିବ । ସରକାର ପର୍ଯ୍ୟାପ୍ତ ରିହାତିର ବ୍ୟବସ୍ଥା କରିଛନ୍ତି ଏହାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଗ୍ରଣୀ ଚାଷୀ ମାନେ ଏହାର ସୁଯୋଗ ନିଅନ୍ତୁ ବୋଲି କହିଥିଲ । ଗୋପାଳନ, କୁକୁଡା ପାଳନ, ଛେଳି, ମେଣ୍ଢା ଚାଷ ଅଗ୍ରଣୀ ଚାଷୀ ଭାଇମାନେ ବ୍ୟବସାୟିକ ଭିତ୍ତିରେ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆବେଦନ କରି ସରକାରୀ ରିହାତି ପାଇପାରିବେ ସେ କଥା କହିଥିଲେ । ଫୁଲ ଚାଷ, ଫଳ ଚାଷ, ପନିପରିବା ଚାଷ କରି ଆମେ ଉତ୍ପାଦନ ବଢେଇବା ସହିତ ଫଳ ଓ ପନିପରିବା ସଂଗ୍ରହ ପାଇଁ ସୋଲାର ଡ୍ରାୟାର, କୋଲ୍ଡ ଚାମ୍ବର, କୋଲ୍ଡ ରୁମ, ସୋଲାର କୋଲ୍ଡ ରୁମ ପାଇଁ ରିହାତିର ବ୍ୟବସ୍ଥା ଅଛି ଅଗ୍ରଣୀ ଚାଷୀ ମାନେ ଏହାର ସୁଫଳ ପାଇଁ ଆଗେଇ ଆସନ୍ତୁ ବୋଲି କହିବା ସହିତ ହେବ, ତିଗିରିଆ ବ୍ଲକ କୃଷି ଅଧିକାରୀ ସନାତନ ବେହେରା ଦେବି ପ୍ରସାଦ ପୁଷ୍ଟି ସହକାରୀ କୃଷି ଅଧିକାରୀ ରାକେଶକୁମାର ରାଉତ ବିଷ୍ଣୁ ପ୍ରସାଦ ସିଂ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ, ଆଠଗଡ, ଧନଞ୍ଜୟ ରାଉତ, ସହକାରୀ ଉଦ୍ୟାନ ଅଧିକାରୀ, ଆଠଗଡ,ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡ଼ ଶୁଭଶ୍ରୀ ନାୟକ । ଶେଷରେ ବ୍ଲକ କୃଷି ଅଧିକାରୀ ଟାଙ୍ଗୀ ଚୌଦ୍ୱାର କୁଳମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେଏହି ମେଳାରେ ଚାଳିଶ ଗୋଟି ଷ୍ଟଲରେ ବିଭିନ୍ନଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଲବ୍ଧ ହୋଇଛି ।

hiranchal ad1
Leave A Reply

Your email address will not be published.

6 + 6 =