ହିନ୍ଦୋଳ ସବ୍-ଟ୍ରେଜେରିର ପୂର୍ବତନ କିରାଣି ଗିରଫ

0 115

ଭୁବନେଶ୍ବର: ହିନ୍ଦୋଳ ସବ୍-ଟ୍ରେଜେରିର ପୂର୍ବତନ କିରାଣି ଗିରଫ । ମନୋରଞ୍ଜନ ସାହୁଙ୍କୁ ବନ୍ଧିଲା ଭିଜିଲାନ୍ସ ଟିମ୍ । ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ପୂର୍ବତନ କିରାଣି ଗିରଫ ହୋଇଛନ୍ତି । ପ୍ରାୟ ୬୮.୮୫ ଲକ୍ଷ ଟଙ୍କା ହରିଲୁଟ୍ କରି ୨୦୨୪ରୁ ଫେରାର୍ ଥିଲେ କିରାଣି ବାବୁ । ଭିଜିଲାନ୍ସ ଟିମ୍ ତାଙ୍କୁ ସଦର ଥାନା ସାଇଁବିରି ଗାଁରୁ ଗିରଫ କରିଛି ।

hiring

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବ୍-ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ ଥିଲେ ମନୋରଞ୍ଜନ ସାହୁ ।  ଏହି ସମୟରେ ତାଙ୍କ ନାଁରେ ସରକାରୀ ଅର୍ଥ ହେରଫେର୍ ଅଭିଯୋଗ ଆସିଥିଲା । ପ୍ରାୟ ୬୮,୮୫,୪୯୭ ସରକାରୀ ଟଙ୍କା ଆତ୍ମସାତ୍ କରି ଫେରାର ହୋଇଯାଇଥିଲେ ମନୋରଞ୍ଜନ ସାହୁ । ଭିଜିଲାନ୍ସ ଟିମ୍ ସେବେ ଠାରୁ ତାଙ୍କୁ ଖୋଜୁ । ଅନ୍ୟପଟେ ଭିଜିଲାନ୍ସ କୋର୍ଟରେ ତାଙ୍କ ନାଁ ଗିରଫ ପରଓ୍ବାନା ଜାରି ହୋଇଥିଲା । ଭିଜିଲାନ୍ସ ଟିମ୍ ତାଙ୍କୁ ଢେଙ୍କାନାଳ ସଦର ସାଇଁବିରି ଗାଁରୁ ଗିରଫ କରିଛି । କଟକ ଦୁର୍ନୀତି ନିବାରଣ ଅଫିସରେ ଭ୍ରଷ୍ଟାଚାର ନିରୋଧ ଆଇନରେ ମନୋରଞ୍ଜନ ସାହୁଙ୍କ ନାଁରେ ମମଲା ରୁଜୁ କରାଯାଇଛି ।

hiranchal ad1
Leave A Reply

Your email address will not be published.

11 + 3 =