ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 273

ବାଲିଗୁଡା: ‘କର ଯୋଗ, ରୁହ ନିରୋଗ’ । ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର । ତେଣୁ ଯୋଗ କରି ନିରୋଗୀ ହେବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସର ଏକ ବାର୍ତ୍ତା ବୋଲି ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଏକ ଯୋଗ ଶିବିର ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଅତିଥି ଭାବେ ୧୨୭ ସିଆରପିଏଫର ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମାଡେଣ୍ଟ ବିପିନ କୁମାର ଓ ନିରୀକ୍ଷକ ମାନସ ସୁନ୍ଦରାୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାରଣା, ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଏବଂ ଜବାନଙ୍କ ଉପସ୍ଥିତରେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସିଆରପିଏଫ କ୍ୟାମ୍ପ ପରିସରରେ ପାଳିତ ହୋଇଯାଇଛି । ପ୍ରମୁଖ ଅତିଥି ମାନେ ଯୋଗ ଦେଇ ଯୋଗର ପ୍ରକାର ଭେଦ ଉପରେ ଆଲୋକପାତ କରିଥିଲେ । ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ଯୋଗର ଭୂମିକା ସମ୍ବନ୍ଧରେ ବୁଝାଇଥିଲେ । ଯୋଗର ଉତ୍ପତିସ୍ଥଳ ଏହି ଭାରତ ବର୍ଷ । ବିଶ୍ୱସ୍ତରରେ ଏହି ଯୋଗ ଦିବସ ପାଳନ ପାଇଁ ଭାରତରୁ ହିଁ ଉଦ୍ୟମ ଆରମ୍ଭ ହେଇଥିଲା, ବିଶ୍ୱକୁ ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଅବଦାନ ଯୋଗ ବୋଲି ଅତିଥି ମାନେ ମତବ୍ୟକ୍ତ କରି ଛାତ୍ର ଛାତ୍ରୀ ଓ ଯବାନ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।

hiranchal ad1
Leave A Reply

Your email address will not be published.

19 + fifteen =