ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ

0 82

କଟକ:ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳୁଆ ଏବଂ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଦେଶୀମଦ କାରଖାନା ଉପରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ରହିଥିବା ଗୁଡ଼ପୋଚ ଜବତ କରି ତାକୁ ଘଟଣା ସ୍ଥଳରେ ନଷ୍ଟ କରିଥିବା ଜଣାପଡିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଆଠଗଡ ରେଞ୍ଜ, କଟକ ସଦର ଟିମ୍‌ ଏବଂ ଜିଲ୍ଲା ମୋବାଇଲ ୟୁନିଟ, କଟକଙ୍କ ସମେତ ଖୁଣ୍ଟୁଣି ଥାନା ପୋଲିସର ମିଳିତ ଚଢାଉରେ ଅବକାରୀ ବିଭାଗକୁ ଏହି ସଫଳତା ମିଳିଛି । ଜବତ ପରେ ନଷ୍ଟ କରାଯାଇଥିବା ଏହି ମଦ ଓ ପୋଚର ଆନୁମାନିକ ମୂଲ୍ୟ ସାତଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଆକଳନ କରାଯାଇଛି । ତେବେ ଏହି ଚୋରା କାରବାର ସମ୍ପର୍କରେ ବିଭାଗ ପକ୍ଷରୁ ୭ଟି ମାମଲା ରୁଜୁ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ହୋଇଥିବା ଆଜିର ଏହି ଚଢ଼ାଉରେ ସୌମ୍ୟ ରଂଜନ ମାଝୀ, ସଂଜିତ୍‌ ବାର୍ଲ୍ଲା, କେଶବ ଦାସ ପ୍ରମୁଖ ଦକ୍ଷ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 2 =