ସୁବର୍ଣ୍ଣପୁର : ସହରର ଜଣାଶୁଣା ଶିକ୍ଷାନୁଷ୍ଠାନ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋନପୁରଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଷ୍ଟ୍ରିୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା୍ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ଆରବିଏସକେ ଟିମର ଡ.଼ ସରୋଜ କୁମାର ପଟେଲ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର ଓ ସ୍ୱାସ୍ଥ୍ୟ କର୍ମୀ ଶୁଭଲଷ୍ମୀ ବାଘଙ୍କ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶେଷରେ ଟିମ ଦ୍ୱାରା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ବିଷୟରେ ସ୍ୱାସ୍ଥ୍ୟ ସଚେତନତା କରାଯାଇଥିଲା । ଶେଷରେ ହାତ ଧୋଇବା ପ୍ରଣାଳୀ ପିଲା ମାନଙ୍କୁ ଶିକ୍ଷା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଳାଇବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.