ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ପ୍ରଥମ ମଞ୍ଜୁର

0 61

ନୂଆଗାଁ : ଓଡିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମଧ୍ୟରୁ ମୋ ଘର ଏକ ସ୍ୱତନ୍ତ୍ର ଲୋକାଭିମୁଖୀ କାର୍ଯ୍ୟକ୍ରମ ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ସମୁଦାୟ ୪୨୨ ଜଣ ଆବେଦନକାରୀ ଥିବାବେଳେ ଆଜି ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ନୂଆଗାଁ ଶାଖା ତରଫରୁ ହିତାଧିକାରୀ ରାଜକିଶୋର ସାହୁ , ନୂଆଗାଁଙ୍କୁ ପ୍ରଥମ କରି ୩,୦୦,୦୦୦ /- (ତିନି ଲକ୍ଷ ) ଲୋନ ମଞ୍ଜୁରୀ ମିଳିଛି । ଆଜି ନୂଆଗାଁ ବ୍ଲକ ପରିସର ମଧ୍ୟରେ ଶ୍ରୀ ରାଜକିଶୋର ସାହୁଙ୍କୁ ଉକ୍ତ ଲୋନର ମଞ୍ଜୁରୀ ପତ୍ର ବିଡିଓ ସଚିଦାନନ୍ଦ ମିଶ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ନୂଆଗାଁ ଶାଖା ପ୍ରବନ୍ଧକ ସମ୍ବିଦ ମହାପାତ୍ର , ଏଇଇ ରାଜେନ୍ଦ୍ର ପଣ୍ଡା, ଜେଇ ନେତ୍ର ରଞ୍ଜନ ମିଶ୍ର, ବିପିସି କାର୍ତ୍ତିକ ଦାସ , ବିପିଏ ଦେବରାଜ ସାମଲ ସମୂହ ଉପସ୍ଥିତ ଥିଲେ । ବିଡିଓ ସଚିଦାନନ୍ଦ ମିଶ୍ର ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ନୂଆଗାଁ ଶାଖା ପ୍ରବନ୍ଧକ ସମ୍ବିଦ ମହାପାତ୍ରଙ୍କୁ ତାଙ୍କର ଅଭିନବ ପ୍ରୟାସ ପାଇଁ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + fourteen =