ଗଣିଆ : ମଙ୍ଗଳବାର ଅପରାହ୍ନରେ ଗଣିଆରେ ପଂଚାୟତସ୍ତରୀୟ ସାଂଗଠନିକ ଓ ଉନ୍ନୟନମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଗଣିଆ ଗ୍ରାମ ପଂଚାୟତ ସଭାପତି ଅଜୟ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜ କିଶୋର ସାହୁ, ଗଣିଆ ବ୍ଲକ ବିଜେଡିର ସଭାପତି ତଥା କନ୍ଧମାଳ ସାଂସଦଙ୍କ ଜିଲା ପ୍ରତିନିଧି ସଦାଶିବ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶେଷଦେବ ସାଇଁ, ସମିତିସଭ୍ୟ ଫକୀର ମୋହନ ଡାକୁଆ, ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର ଯୋଗଦେଇଥିଲେ । ଗଣିଆ ପାଇକ ସାହିରେ ପାଇକ ଆଖଡ଼ା ଘର, ପାଇକ ତୋରଣ, ମହିଳାଙ୍କ କୋଠଘର, ତୋଟାସାହିରେ ଦୀର୍ଘଦିନଧରି ସରକାର ଜାଗାରେ ସ୍ଥାନୀୟ ଲୋକ ବସବାସ କରି ରହିଥିଲେ ମଧ୍ୟ ସେମାନଙ୍କ ଘରଡିହ ପଟ୍ଟା ନମିଳିଥିବାରୁ ସେ ଦିଗରେ ଏହି ବୈଠକରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ବ୍ରାହ୍ମଣସାହି, ଧୋବା ସାହି ଓ ହାଡ଼ିସାହି ଡ୍ରେନର ପୁନରୁଦ୍ଧାର ସହିତ କୋଠଘର କରିବା ପାଇଁ ପ୍ରସ୍ତାବ ହେଇଥିଲେ । ଗଣିଆ ଅନୁସୂଚିତ ଜାତିର ସାହିରେ କମ୍ୟୁନିଟି
ସେଣ୍ଟର କରାଯାଇ କାରିଗରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗଣିଆ ପାଟଣା ସାହିରେ ଜଗନ୍ନାଥ ଯୁବ ପରିଷଦ ଗୃହର ପୁନରୁଦ୍ଧାର, ତଅଁଳା ସାହି ଯୁବକ ସଂଘ ଘର, ଥୋଡ଼ିଆ ସାହି ଶନି ମନ୍ଦିରର ପୁନରୁଦ୍ଧାର ଓ ରାସ୍ତା, ବାଲିସାହି ଯୁବକ ସଂଘର ଘର, ମିଶନ ଶକ୍ତି ଗୃହ ମଙ୍ଗଳା ମନ୍ଦିର ପୁନରୁଦ୍ଧାର ଓ ପାନୀୟ ଜଳ ସମସ୍ୟା ସଂପର୍କରେ ପ୍ରସ୍ତା ଦିଆଯାଇଥିଲା । ସେହିପରି ମୁଣ୍ଡିଆ ସାହିରେ ପାନୀୟ ଜଳ ବ୍ୟବସ୍ଥା ଓ ମଠସାହିରେ ରାସ୍ତା ଓ କୋଠଘର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ବେହେରା ପଂଚାୟତର ସମସ୍ତ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପଞ୍ଚାୟତ ସ୍ତରୀୟ ସଙ୍ଗଠନ ରେ ବିଜେଡିର କର୍ମୀ, କାର୍ଯ୍ୟକର୍ତ୍ତା ଓ ସଭ୍ୟା ମାନେ ସଜାଗ ହୋଇ ତୃଣମୂଳ ସ୍ତରରେ ପ୍ରଣୟନ କରୁଥିବା ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳ ରୂପାୟନ କରିବାପାଇଁ ବିଧାୟକ କର୍ଣ୍ଣମନ୍ତ୍ର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ପଞ୍ଚାୟତର ଶହେରୁ ଉଦ୍ଧ୍ୱର୍ ବୁଦ୍ଧିଜୀବୀ, ମହିଳା, ଛାତ୍ର ଓ ଯୁବକ ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.