କରଞ୍ଜକଟା ପଞ୍ଚାୟତରେ ମନୋରେଗା ଓ ପଞ୍ଚଦଶ ଅର୍ଥ କମିସନର ଦୁର୍ନୀତି ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

0 591

ହରଭଙ୍ଗା: ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ଗ୍ରାମର ବନ୍ଧ ଉନ୍ନତି ନାଁ ରେ ମିଥ୍ୟା ବିଲ କରି ଟଙ୍କା ଉଠାଣ କରାଯାଇଥିବାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ସୋମବାର ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହେଉଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଉକ୍ତ ଅଭିଯୋଗ ଆସିଥିଲା । ଉକ୍ତ ଅଭିଯୋଗକୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷପଙ୍କଜ କୁମାର ସାହୁ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁଯାଇ ୨୦୨୩/୨୪ ଆର୍ଥିକ ବର୍ଷରେ ଏସ୍‌ଏଫ୍‌ସି (ପଞ୍ଚଦଶ ଅର୍ଥ କମିସନ )ଫଣ୍ଡରୁ କରଞ୍ଜକଟା ପଞ୍ଚାୟତ ତୁକୁଲୁଣ୍ଡା ବନ୍ଧ ଉନ୍ନତିକରଣ ନାମରେ ଦଶ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଉକ୍ତ ଗ୍ରାମରେ ଦୁଇ ଦୁଇଟି ପୁରୁଣା ବନ୍ଧ ଥିବା ସ୍ଥଳେ କିଛି ଅସାଧୁ ବ୍ୟକ୍ତି ଜନ ସାଧାରଣଙ୍କ ସ୍ୱାର୍ଥକୁ ବଳି ପକାଇ ଲାଭ ଖୋର ମନବୃତି ନେଇ ତରବରିଆ ଭାବେ ଏକ ନୂତନ ବନ୍ଧ ନିର୍ମାଣ କାର୍ଯ୍ୟ ମେସିନ ଲଗେଇ କାର୍ଯ୍ୟ ସାରି ଟଙ୍କା ଉଠାଣ ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଉକ୍ତ ବନ୍ଧର ମାଟି ଆଣି ପାଖରେ ଥିବା ଏକ ଖେଳ ପଡିଆରେ ମାଟି ପକେଇ ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କାର ମିଥ୍ୟା ବିଲ କରିବା ପାଇଁ ମସୁଧା କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟ ପଟେ ଜଳବିଭାଜିକ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ଜଳ ଯୋଗାଣ ପାଇଁ ଅନେକ ସ୍ଥାନରେ ଉକ୍ତ ଗ୍ରାମରେ ଆଡିବନ୍ଧ ନିର୍ମାଣ କରିଯାଇଛି । କିନ୍ତୁ ଗ୍ରାମର ଜନ ସାଧାରଣଙ୍କ ମତ ଅନୁଯାଇ ଆଡ଼ିବନ୍ଧରୁ ଚାଷ ଜମିକୁ ସଠିକ ଭାବେ ପାଣି ଯାଉନଥିବାରୁ ଜନ ସାଧାରଣଙ୍କ ସ୍ୱାର୍ଥକୁ ଏଠାରେ ଜଳାଞ୍ଜଳି ଦେବାକୁ ପଡୁଛି । ଦୁଃଖ ଓ ପରିତାପର ବିଷୟ ଜନ ସାଧାରଣଙ୍କ ଆବଶ୍ୟକ ପଡ଼ୁଥିବା ରେକର୍ଡଭୁକ୍ତ ବନ୍ଧକୁ ଅନାବଶ୍ୟକ ଯାଗାରେ କାର୍ଯ୍ୟକରି ଅର୍ଥ ହରିଲୁଟ ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ପଙ୍କଜ ସାହୁ, ଭରତ ପାତ୍ର, ରମେଶ ସାହୁ, ଛବି ବେହେରା ପ୍ରମୁଖ ଆଜି ଉକ୍ତ ସମସ୍ୟା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ଏହାର ଏକ ନକଲ ୫-ଟି ସଚିବଙ୍କ ନିକଟକୁ ପଠେଇବାକୁ ସେମାନେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 17 =