ନିଜ ଖର୍ଚ୍ଚରେ ପକ୍କା ରାସ୍ତା ତିଆରି କଲେ ସାହିବାସିନ୍ଦା

0 67

ଗଞ୍ଜାମ: ପୁରୁଷୋତ୍ତମପୁର ସହର ବ୍ଳକ ପଛପଟ ରାଣୀଙ୍ଗା ରାସ୍ତାର ଇଣ୍ଡୋର ଷ୍ଟାଡିୟମ ସମ୍ମୁଖ ରାମକୃଷ୍ଣ ନଗର ନିକଟସ୍ଥ ଗୋପ ପୋଖରୀକୁ ଲାଗି ରହିଥିବା ରାସ୍ତାର ଅବସ୍ଥା କହିଲେ ନସରେ । ଟିକେ ବର୍ଷା ହେଲେ କାଦୁଅ ପଚପଚ କରୁଛି । ଏହି ରାସ୍ତାରେ ବାଇକ୍‌ ଦ୍ୱାରା ଯାଇ କେତେକ ଲୋକ ପୋଖରୀ ଭିତରକୁ ଖସି ପଡି ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଅନ୍ୟ ପଟେ ଏହି ଅଂଚଳରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଅନ୍ଧାରରେ ଲୋକମାନେ ଯିବା ଆସିବା କରୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛି । ବିଦ୍ୟୁତ ନଥିବା ଯୋଗୁଁ ଏହି ଅଂଚଳରେ ଚୋରି ଓ ଲୁଟପାଟ୍‌ ମଧ୍ୟ ହେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ସବୁ ନାନା ଅସୁବିଧାକୁ ଦେଖି ସେହି ସାହିର ଜଣେ ବ୍ୟକ୍ତି ନିଜର ଖର୍ଚ୍ଚରେ ୧୦ଟ୍ରିପର ବଜର ଓ ୪ ଟ୍ରିପର ମାଟି ପକେଇ ରାସ୍ତା ତିଆରି କରିଛନ୍ତି । ସେଥି ପାଇଁ ସାହି ଲୋକ ସେହି ବ୍ୟକ୍ତିଙ୍କୁ ବହୁତ କୃତଜ୍ଞତା ଜଣାଇଛନ୍ତି । ତେବେ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ସାହିବାସିନ୍ଦା ଅନୁରୋଧ କରିଛନ୍ତି ଯେ ସେହି ରାସ୍ତାରେ ଫେବର ପକାଇବା ସହିତ ବିଜୁଳି ସଂଯୋଗ କଲେ ସେମାନେ ଉପକୃତ ହୋଇପାରିବେ । ଯଦି କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଉପରେ ଗୁରୁତ୍ୱ ନ ଦିଅନ୍ତି, ତେବେ ସେମାନେ ଆଗାମୀ ଦିନରେ ବାଧ୍ୟ ହୋଇ ଏନଏସି ଅଫିସ ଆଗରେ ଧାରଣା ଦେବେ ବୋଲି କହିଛନ୍ତି । ଏହା ଉପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ ।

hiranchal ad1
Leave A Reply

Your email address will not be published.

three × one =