କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗାଁରେ ଥିବା ଏକ ଶିବ ମନ୍ଦିରରେ ଆଜି ଅଘଟଣ ଘଟିଛି। ସବୁଦିନ ପରି ମନ୍ଦିରରେ ପୂଜା କରୁଥିବା ବେଳେ ଟଳି ପଡ଼ିଥିଲେ ପୂଜକ ପ୍ରଭାସ ଭାଇନା। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ସୂଚନା ଅନୁଯାୟୀ, ଅଲରା ଗାଁରେ ଶିବ ମନ୍ଦିରର ପୂଜକ ପ୍ରଭାସ ନନ୍ଦ(୪୦) ପ୍ରତିଦିନ ଭଳି ଆଜି ବି ସକାଳେ ମନ୍ଦିରକୁ ଆସିଥିଲେ। ସେ ପୂଜା କରୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ଏହାପରେ ପୂଜକଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୂଜକ ପ୍ରଭାସ ନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ନରସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ପୂଜକ ପ୍ରଭାସ ନନ୍ଦ ଶ୍ୱାସ ରୋଗରେ ପୀଡିତ ଥିଲେ ବୋଲି ସ୍ଥାନୀୟ ଅଞ୍ଚଳରୁ ଜଣାପଡ଼ିଛି।