ଶ୍ରାବଣ ମାସରେ ଲୋକନାଥ ମନ୍ଦିରରେ ଜଳ ଲାଗି ବ୍ୟବସ୍ଥା ବୈଠକ

0 156

ପୁରୀ : ଲୋକନାଥ ମନ୍ଦିରରେ ଶ୍ରାବଣ ମାସରେ କାଉଡ଼ିଆମାନେ ଜଳ ଲାଗି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷ ପଞ୍ଜିକା ଅନୁସାରେ ଯୋଡ଼ା ଶ୍ରାବଣ ପଡୁଥିବାରୁ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ଜୁଲାଇ ମାସର ୧୦ ଓ ୧୭ ତାରିଖ ଏବଂ ଅଗଷ୍ଟ ମାସର ୨୧ ଓ ୨୮ ତାରିଖ ଜଳ ଲାଗି ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଯିବ । ଶ୍ରଦ୍ଧାଳୁ ମାନେ ଏହି ୪ ଦିନ ଲୋକନାଥ ମନ୍ଦିରରେ ଜଳ ଲାଗି କରିପାରିବେ । ଏହି ସମୟରେ ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଶୃଙ୍ଖଳିତ ଭାବେ ଧାଡ଼ି ରେ ରହି ଜଳ ଲାଗି ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପୌରପାଳିକା ପକ୍ଷରୁ ପରିସ୍କାର ପରିଛନ୍ନ ଓ ସ୍ୱଛତା ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା, ଟିପିସିଓଡିଏଲ ପକ୍ଷରୁ ବିଦ୍ୟୁତ ବ୍ୟବସ୍ଥା କରିଯିବ । ଏହି ବୈଠକରେ ସିଟିଡିଏସପି କେ କେ ହରିପ୍ରସାଦ, ପୂର୍ତ୍ତ ବିଭାଗ ଏସଡିଓ ବିନୋଦ ବଗର୍ତ୍ତି, ଅନ୍ୟାନ୍ୟ ଅଧିକାରୀ, ଲୋକନାଥ ମନ୍ଦିରର ପୂଜକ, ସେବାୟତ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × one =